କୋହିନୁର ହୀରା ସଂପର୍କରେ ନୂଆ ଖୁଲାସା, ବ୍ରିଟିଶ୍-ଶିଖ୍ ଯୁଦ୍ଧର କ୍ଷତିପୂରଣ ଲାଗି ଇଂଲାଣ୍ଡର ରାଣୀଙ୍କୁ ଦିଆଯାଇଥିଲା

ଲୁଧିଆନା:୨୦୧୬ ଏପ୍ରିଲରେ କେନ୍ଦ୍ର ସରକାର କୋହିନୁର ହୀରା ସଂପର୍କରେ ଉଚ୍ଚ୍‌ତମ ନ୍ୟାୟାଳୟଙ୍କୁ ସୂଚିତ କରିଥିଲେ ଯେ କୋହିନୁର ହୀରା ବ୍ରିଟିଶଙ୍କ ଦ୍ୱାରା ଚୋରି କରି ନିଆଯାଇନଥିଲା କି ଜୋରକରି ଛଡାଇ ନିଆଯାଇନଥିଲା। ଏହା ପଞ୍ଜାବର ତତ୍‌କାଳୀନ ଶାସକ ଇଷ୍ଟ ଇଣ୍ଡିଆ କଂପାନୀକୁ ଉପହାର ଦେଇଥିଲେ।
କିନ୍ତୁ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା ସରକାରଙ୍କ ଏହି ସୂଚନା ସହିତ ସହମତ ହୋଇ ନାହିଁ। ଏହି ସଂସ୍ଥା କହିଛି ଯେ ଲାହୋରର ମହାରାଜା ଇଂଲାଣ୍ଡର ରାଣୀ ଭିକ୍ଟୋରିଆଙ୍କୁ କୋହିନୁର ହୀରା ଉପହାର ସ୍ୱରୂପ ଦେଇ ନ ଥିଲେ। ସାମାଜିକ କର୍ମୀ ରୋହିତ ସଭରଓ୍ଵାଲ ସୂଚନା ଅଧିକାର ଆଇନ ବଳରେ ଏହାର ପ୍ରକୃତ ତଥ୍ୟ ଜାଣିବାକୁ ଚାହିଁଥିଲେ। ଏହି ଆବେଦନ ପତ୍ର ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା। ସେଠାରୁ ତାହା ଏଏସ୍‌ଆଇ (ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା) ପାଖକୁ ପ୍ରେରଣ କରାଯାଇଥିଲା।


ଏ.ଏସଆଇ ପକ୍ଷରୁ କୁହାଯାଇଛି ଯେ ଲର୍ଡ ହେଲହାଉସି ଓ ମହାରାଜା ଦୁଲୀପ ସିଂହଙ୍କ ମଧ୍ୟରେ ୧୮୪୯ରେ ଲାହୋର ଚୁକ୍ତିନାମା ହୋଇଥିଲା। ସେତେବେଳେ କୋହିନୂର ହୀରାକୁ ଲାହୋରର ମହାରାଜା ବ୍ରିଟିଶ୍-ଶିଖ୍ ଯୁଦ୍ଧର କ୍ଷତିପୂରଣ ଭରଣା କରିବାଲାଗି ଇଂଲାଣ୍ଡର ରାଣୀଙ୍କୁ ସମର୍ପଣ କରିଥିଲେ। ମହାରାଜା ରଣଜିତ ସିଂହ ସାହା-ସୁଜା-ଉଲ-ମୁଲକଙ୍କ ଡାରୁ କୋହିନୂର ହୀରା ଆଣିଥିଲେ। କୋହିନୁର ହୀରା ବ୍ରିଟିଶ୍‌ଙ୍କୁ ପ୍ରତ୍ୟକ୍ଷଭାବେ ଦିଆଯାଇନଥିଲା ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର