କୋଲକାତା: ଦ୍ରୁତ ହାରରେ ବୃଦ୍ଧି ପାଇ ଚାଲିଥିବା କୋଭିଡ ବା କରୋନାଭାଇରସ୍ ମାମଲାକୁ ଦୃଷ୍ଟିରେ ରଖି କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷ ଆଜି ଠାରୁ ଚାରି ରାଜ୍ୟର ଯାତ୍ରୀମାନଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରି ଦେଇଛନ୍ତି। ଏଣିକି ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଏବଂ ତେଲେଙ୍ଗାନାରୁ ଯାତ୍ରୀମାନଙ୍କ ପାଇଁ କୋଭିଡ-୧୯ ନେଗେଟିଭ୍ ବା ନକାରାତ୍ମକ ରିପୋର୍ଟକୁ ବାଧ୍ୟତାମୂଳକ କରାଯିବା ସହ ସାଙ୍ଗରେ ରିପୋର୍ଟ ନଥିଲେ ବିମାନ ବନ୍ଦର ମଧ୍ୟକୁ ପ୍ରବେଶ କିମ୍ବା ପ୍ରସ୍ଥାନ ଅନୁମତି ମିଳିବ ନାହିଁ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଟୁଇଟ୍ କରି କହିଛନ୍ତି।
As per State Govt guidelines passengers coming to #KolkataAirport from Maharashtra,Karnataka,Kerala & Telangana must carry RT PCR negative test report conducted within 72 hours before departure. For detailed guidelines passengers are requested to visit https://t.co/ky6DmzFiyO.
— Kolkata Airport (@aaikolairport) April 14, 2021
ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଏବଂ ତେଲେଙ୍ଗାନାର ଯାତ୍ରୀମାନେ କୋଲକତା ବିଭାନ ବନ୍ଦର ଦେଇ ଯାତ୍ରା କରିବା ପୂର୍ବରୁ ୭୨ ଘଣ୍ଟା ମଧ୍ୟରେ ଆରଟି-ପିସିଆର ଜରିଆରେ କରାଯାଇଥିବା କୋଭିଡ୍ ନେଗେଟିଭ୍ ବା ନକାରାତ୍ମକ ପରୀକ୍ଷା ରିପୋର୍ଟକୁ ସାଙ୍ଗରେ ଆଣିବାକୁ ପଡ଼ିବ। ବିମାନ ବନ୍ଦର ମଧ୍ୟକୁ ପ୍ରବେଶ କିମ୍ବା ପ୍ରସ୍ଥାନ ପାଇଁ ଅନୁମତି ମିଳିବ ନାହିଁ। ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ବର୍ତ୍ତମାନ ୨୯,୦୦୦ରୁ ଅଧିକ ସକ୍ରିୟ କରୋନାଭାଇରସ୍ ମାମଲା ରହିଛି।