ଅନ୍‌ଲାଇନ୍‌ ସାଇଟ୍‌ରୁ ଫୋନ୍‌ ମଗାଇଥିଲେ ସାଂସଦ, ଆସିଲା ପଥର ଖଣ୍ଡ

କୋଲକାତା: ପଶ୍ଚିମବଙ୍ଗସ୍ଥିତ ମାଲଦାର ବିଜେପି ସାଂସଦ ଖାଗେନ ମୁର୍ମୁ ଅନ୍‌ଲାଇନ୍‌ ସପିଂ ସାଇଟ୍‌ ଦ୍ୱାରା ଠକାମୀର ଶିକାର ହୋଇଛନ୍ତି। ସେ ଦୀପାବଳୀ ସେଲ୍‌ ସମୟରେ ଅନ୍‌ଲାଇନ୍‌ ସାଇଟ୍‌ରୁ ଏକ ଫୋନ୍‌ ବରାଦ କରିଥିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ପାଖକୁ ଫୋନ୍‌ ବଦଳରେ ଏକ ପଥର ଆସିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୧୯ ନିର୍ବାଚନରେ ବିଜୟ ଲାଭ କରିବା ପୂର୍ବରୁ ମୁର୍ମୁ ତିନି ଥର ବିଧାୟକ ହୋଇଛନ୍ତି। ଜାଣିବାକୁ ମିଳିଛି ଯେ ଏକ ଲୋକପ୍ରିୟ ଅନ୍‌ଲାଇନ୍‌ ସାଇଟ୍‌ରୁ ସେ ୧୧,୯୯୯ ଟଙ୍କାର ଏକ ଫୋନ୍‌ ବରାଦ ଦେଇଥିଲେ। ମାତ୍ର ଫୋନ୍‌ ବଦଳରେ ତାଙ୍କ ପାଖକୁ ଆସିଛି ଏକ ପଥର ଖଣ୍ଡ।

Representational

ସେ କ୍ୟାସ୍‌-ଅନ୍‌-ଡେଲିଭରି ବିକଳ୍ପ ଚୟନ କରି ତାଙ୍କ ସଂପର୍କୀୟଙ୍କୁ ଉପହାର ଦେବାକୁ ଏକ ଫୋନ୍‌ ମଗାଇଥିଲେ। ଡେଲିଭରି ବୟ ଆସି ଫୋନ୍‌ ଦେଇ ଚାଲି ଯାଇଥିଲା। ମୁର୍ମୁ ପରେ ପ୍ୟାକେଟ୍‌ଟିକୁ ଖୋଲିବା ପରେ ଫୋନ୍‌ ବଦଳରେ ପ୍ୟାକେଟ୍‌ ଭିତରୁ ଏକ ପଥର ବାହାରିଥିଲା। ମୁର୍ମୁ ତା’ପରେ ପୁଲିସ୍‌ ଷ୍ଟେସନ୍‌ ଯାଇ ଏକ ମାମଲା ରୁଜ୍ଜୁ କରିଛନ୍ତି। ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର