ସିବିଆଇ ଜେରା ପୂର୍ବରୁ ରାଜୀବ କୁମାରଙ୍କ ପାଇଁ ୮୦ ରୁ ୧୦୦ଟି ସମ୍ଭାବିତ ପ୍ରଶ୍ନ ପ୍ରସ୍ତୁତ କରିଛନ୍ତି ବରିଷ୍ଠ ପୁଲିସ ଅଧିକାରୀ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ପରେ ସିବିଆଇ ଖୁବ୍‌ ଶୀଘ୍ର କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ଜେରା କରିବ। ଏଥିପାଇଁ ସିବିଆଇ ଅଧିକାରୀମାନଙ୍କୁ ସିଲଙ୍ଗରେ ଶନିବାର ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣେ ରାଜୀବ କୁମାରଙ୍କୁ ସିବିଆଇ କେଉଁ ସବୁ ପ୍ରଶ୍ନ ପଚାରିପାରେ ବୋଲି ଆଶ କରାଯାଉଛି,ସେହି ସମ୍ଭାବିତ ପ୍ରଶ୍ନଗୁଡିକ ପ୍ରସ୍ତୁତ କରୁଛି ପୁଲିସ। କୁହାଯାଉଛି ଯେ ରାଜୀବ କୁମାରଙ୍କ ପାଇଁ ୮୦ ରୁ ୧୦୦ଟି ସମ୍ଭାବିତ ପ୍ରଶ୍ନ ପ୍ରସ୍ତୁତ କରିଛନ୍ତି ବରିଷ୍ଠ ପୁଲିସ ଅଧିକାରୀ। ଏହାର କିପରି ଉତ୍ତର ଦେବାକୁ ହେବ,ସେ ସଂପର୍କରେ ବି ଟିପ୍‌ସ ନେଉଛନ୍ତି ରାଜୀବ କୁମାର। ଏଥିପାଇଁ ରାଜୀବ କୁମାର ସିଲଙ୍ଗ ଯିବେ।

 

ଆଶା କରାଯାଉଛି ଯେ ସିବିଆଇ ରବିବାର ଦିନ ରାଜୀବକୁମାରଙ୍କୁ ଜେରା କରିବ। ଏବେ ରାଜୀବ କୁମାରଙ୍କ ହାତରେ ମାତ୍ର ତିନିଦିନ ସମୟ ରହିଛି। ତାଙ୍କର ଉତ୍ତର ଉପରେ ରାଜୀବ କୁମାର ଓ ଶାରଦା ଚିଟ୍‌ଫଣ୍ଡ ତଦନ୍ତର ଦିଗ ବଦଳିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର