କରୋନାରେ ସୁସ୍ଥ ଲୋକଙ୍କ ପାଇଁ କୋଲକାତାରେ ଦେଶରେ ପ୍ରଥମ ଉତ୍ସର୍ଗୀକୃତ ବହିର୍ବିଭାଗ

କୋଲକାତା : ଚିକିତ୍ସା କ୍ଷେତ୍ରରେ ଆଉ ଏକ ଉଦାହରଣ ସୃଷ୍ଟି କରିଛି କୋଲକାତା। ଆନନ୍ଦପୁରସ୍ଥିତ ଫର୍ଟିସ୍‌ ହସ୍ପିଟାଲ୍‌ରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ ବହିର୍ବିଭାଗ ବା ଡେଡଇକେଟେଡ଼୍‌ ଆଉଟ୍‌ପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡି) ଆରମ୍ଭ ହୋଇଛି। ଏହା ଦେଶରେ ପ୍ରଥମ ଓପିଡି ଯେଉଁଠି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ଭବିଷ୍ୟତରେ ଯେକୌଣସି ଶାରୀରିକ ବା ମାନସିକ ସମସ୍ୟା ଦେଖାଦେଲେ ତାହାର ଚିକିତ୍ସା କରାଯିବ। ଓପିଡି ପାଇଁ ଏକ ବିଶାଳ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ଅଛନ୍ତି, କାର୍ଡିଓଲଜିଷ୍ଟ, ଗ୍ୟାଷ୍ଟ୍ରୋଲଜିଷ୍ଟ, ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ, ଫିଜିଓଥେରାପିଷ୍ଟଙ୍କ ସହ ମେଡିକାଲ ସୋସିଆଲ ୱାର୍କର। ବିଶେଷଜ୍ଞଙ୍କ ସୂଚନା ଅନୁସାରେ, କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ମଧ୍ୟ ଏହାର ପ୍ରଭାବ ଶରୀରରେ ରହୁଛି। ଫଳରେ ଭବିଷ୍ୟତରେ ରୋଗୀଙ୍କର ‌ଶାରୀରିକ ଏବଂ ମାନସିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏଥିପାଇଁ କରୋନାରୁ ସୁସ୍ଥ ଲୋକଙ୍କ ନିମନ୍ତେ ଉତ୍ସର୍ଗୀକୃତ ବହିର୍ବିଭାଗର ଆବଶ୍ୟକ ରହିଛି।

ସମ୍ବନ୍ଧିତ ଖବର