ମୃତ ପୁଅର ବୀର୍ଯ୍ୟ ଉପରେ ବାପାର ନୁହେଁ, ପତ୍ନୀର ଅଧିକାର ରହିଛି : ହାଇକୋର୍ଟ

କୋଲକାତା: କୋଲକାତାରେ ରହୁଥିବା ଜଣେ ବ୍ୟକ୍ତି ନିଜ ପୁଅର ସ୍ପର୍ମ ( ବୀର୍ଯ୍ୟ) ପାଇବା ପାଇଁ ଅଦାଲତରେ ଆବେଦନ କରିବା ଘଟଣା ଏବେ ଚର୍ଚ୍ଚାରେ। ପୁଅର ମୃତ୍ୟୁ ପରେ ଡାକ୍ତରଖାନାର ଫ୍ରିଜରେ ରଖାଯାଇଥିବା ସ୍ପର୍ମକୁ ପରିବାରକୁ ଦିଆଯାଉ ବୋଲି ଅଦାଲତରେ ଆବେଦନ କରିଥିଲେ ମୃତକଙ୍କ ବାପା। ହେଲେ ଆବେଦନ ଉପରେ ଶୁଣାଣି କରି ସ୍ପର୍ମ ଦେବାକୁ ମନା କରିଦେଇଛନ୍ତି କାଲକାଟା ହାଇକୋର୍ଟ।

କାଲକାଟା ହାଇକୋର୍ଟର ବିଚାରପତି ଜଷ୍ଟିସ ସବ୍ୟସାଚୀ ଭଟାଚାର୍ଯ୍ୟ ଦେଇ ଥିବା ରାୟ ଅନୁସାରେ, ପୁଅର ସ୍ପର୍ମ ନେବା ପାଇଁ ଆବେଦନକାରୀଙ୍କର କୌଣସି ମୌଳିକ ଅଧିକାର ନାହିଁ। ଯେହେତୁ ମୃତକ ବିବାହିତ ଥିଲେ, ସେଥିପାଇଁ ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ପର୍ମ ନେବାର ଅଧିକାର କେବଳ ତାଙ୍କ ପତ୍ନୀଙ୍କର ରହିଛି।

zeenews

ଆବେଦନକାରୀ ନିଜ ଆବେଦନରେ ଲେଖିଥିଲେ ଯେ, ତାଙ୍କ ପୁଅ ଥାଲାସେମିଆ ରୋଗୀ ଥିଲେ ଏବଂ ଭବିଷ୍ୟତରେ ବ୍ୟବହାର ପାଇଁ ଦିଲ୍ଲୀ ଡାକ୍ତରଖାନାରେ ତାଙ୍କର ସ୍ପର୍ମ ସଂରକ୍ଷିତ ରଖିଥିଲେ। ପୁଅର ଦେହାନ୍ତ ପରେ ଆବେଦନକାରୀ ଡାକ୍ତରଖାନାକୁ ଯାଇ ଫ୍ରିଜ୍ ରେ ରଖାଯାଇଥିବା ସ୍ପର୍ମ ଦେବାକୁ କହିଥିଲେ। ହେଲେ ମୃତକ ବିବାହିତ ଥିବାରୁ ପତ୍ନୀଙ୍କ ଅନୁୁମତି ଆବଶ୍ୟକ ହେବ ବୋଲି କହିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ। ଏହା ପ‌ରେ ଅନୁମତି ପାଇଁ ମୃତକଙ୍କ ବାପା ପୁଅର ପତ୍ନୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ଅନୁମତି ଦେବାକୁ ମନା କରିଦେଇଥିଲେ। ଏହା ପରେ ମୃତକଙ୍କ ବାପା ଅଦାଲତର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର