କୋଲକାତା : ଓସ୍କାର ବିଜେତା ବିଶିଷ୍ଟ ବଙ୍ଗଳା ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ନାମରେ ସହରର ଅରେଞ୍ଜ ଲାଇନ ମେଟ୍ରୋ ଷ୍ଟେସନର ନାମକରଣ କରି କୋଲକାତା ମେଟ୍ରୋ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ। ସତ୍ୟଜିତ ରାୟ ମେଟ୍ରୋ ଷ୍ଟେସନ କିଛି ଦିନ ମଧ୍ୟରେ କୋଲକାତାର ପୂର୍ବ ମହାନଗର ବାଇପାସ୍ ଉପରେ ଏହାର ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିବ। ଏହା ଖୁବ୍ ଶୀଘ୍ର ଉଦ୍ଘାଟନ ହେବ। ସତ୍ୟଜିତ ରାୟଙ୍କ ନାମରେ ଷ୍ଟେସନର ନାମକରଣ ବ୍ୟତୀତ ଷ୍ଟେସନକୁ ତାଙ୍କର ବିଭିନ୍ନ କଳାକୃତି ଦ୍ୱାରା ସଜାଯାଇଛି।
ସତ୍ୟଜିତ ରାୟଙ୍କ ନାମରେ ନାମିତ ହେବ କୋଲକାତା ମେଟ୍ରୋ ଷ୍ଟେସନ
/sambad/media/post_attachments/wp-content/uploads/2023/02/metro.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)