ବିଧାନସଭା ନିର୍ବାଚନ ପରେ କୋଲକାତା ମହାନଗର ନିର୍ବାଚନରେ ବିଜେପିକୁ ଝଟକା, ୧୩୩ଟି ଆସନରେ ଦିଦି ଆଗୁଆ

କୋଲକାତା: ନା ବାମପନ୍ଥୀମାନେ ପୁଣି ନିଜ ଗଡ ବଞ୍ଚାଇବାରେ ସକ୍ଷମ ହେଉଛନ୍ତି ନା ବିଜେପି ମମତାଙ୍କୁ ଟକ୍କର ଦେବାରେ । ବିଧାନସଭା ନିର୍ବାଚନରେ ତୃଣମୂଳ ବିଜେପି ଓ ବାମପନ୍ଥୀ ଦଳମାନଙ୍କୁ ପଛରେ ପକାଇ ପୁଣିଥରେ କୋଲକତା ମହାନଗର ନିଗମ ନିର୍ବାଚନରେ ନିଜର ଯାଦୁ ଦେଖାଇଛି ।

କୋଲକତା ମହାନଗର ନିଗମର ୧୪୪ ଟି ୱାର୍ଡ ପାଇଁ ହୋଇଥିବା ମତଦାନ ଉପରେ ଆଜି ସକାଳେ ଗଣତି ଆରମ୍ଭ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଗଣତି ଆରମ୍ଭରୁ ରାଜ୍ୟ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ବାକି ରାଜନୈତିକ ଦଳମାନଙ୍କୁ ଝଟକା ଦେଇଛି । ଆୟୋଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟ ଗଣତିରେ ପୂରା ୧୪୪ ଟି ଆସନରେ ଟିଏମସି ଆଗୁଆ ରହିଥିଲା ।

indiatoday

କୋଲକତା ନଗର ନିଗମରେ ମୋଟ ୪୦.୫ ଲକ୍ଷ ମତଦାତା ଥିବା ବେଳେ ସେମାନଙ୍କ ମଧ୍ୟରୁ ୬୩ ପ୍ରତିଶତ ମତଦାତା ଭୋଟଦାନ କରିଥିଲେ । ସଦ୍ୟ ସୂଚନା ମୁତାବକ ମୋଟ ୧୪୪ ଟି ୱାର୍ଡ ପାଇଁ ହୋଇଥିବା ଭୋଟରେ ଟିଏମସି ୧୩୩ ଟି ୱାର୍ଡରେ ଆଗୁଆ ରହିଛି, ସେହିଭଳି ବିଜେପି ୩, ବାମଦଳ ୨, କଂଗ୍ରେସ ୨ ଟି ଆସନରେ ଆଗୁଆ ରହିଛି ।

ଉଲ୍ଲେଖଯୋଗ୍ୟ, ୨୦୧୫ରେ କୋଲକାତା ମହାନଗର ନିଗମ ନିର୍ବାଚନରେ ମୋଟ ୧୪୪ ଟି ୱାର୍ଡରୁ ଟିଏମସିକୁ ୧୧୪ ଟି ଓ ସିପିଏମକୁ ୧୫ ଟି ଆସନ ମିଳିଥିଲା । ଏହାସହ ବିଜେପିକୁ ୭ ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୫ ଟି ଆସନ ମିଳିଥିଲା ।

 

ସମ୍ବନ୍ଧିତ ଖବର