କୋଲକାତା : ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ପଶ୍ଚିମବଂଗରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ପୋଡ଼ାଜଳା କରି ତୃଣମୂଳ ସମର୍ଥକମାନେ ଆତଙ୍କରାଜ ସୃଷ୍ଟି କରିଛନ୍ତି। ହିଂସାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକମାନଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି ବିଜେପି ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା ବିଜେପି ଜାତୀୟ ସଭାପତି ଜେ ପି ନଡ୍ଡା ଆଜି ରାଜ୍ୟ ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ସହ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଧାରଣା ଦେବାର କାର୍ଯ୍ୟକ୍ରମ ଥିଲା। ତେବେ କୋଲକାତା ପୁଲିସ ନଡ୍ଡାଙ୍କ ଧାରଣା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟେଜ୍କୁ ଭାଙ୍ଗି ଦେଇଛି। ଫଳସ୍ବରୂପ ହେଷ୍ଟିଂସ୍ଥିତ ବିଜେପି ଶାଖା କାର୍ଯ୍ୟାଳୟରେ ନଡ୍ଡା ଆଜି ଧାରଣାରେ ବସିଥିଲେ। ନିର୍ବାଚନୀ ହିଂସାରେ ମୃତ୍ୟୁବରଣ କରିଥିବା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ପରିବାର ସଦସ୍ୟଙ୍କୁ ନଡ୍ଡା ଭେଟିଥିଲେ। ପଶ୍ଚିମବଙ୍ଗରେ ଯେଭଳି ନିର୍ବାଚନ ପରବର୍ତ୍ତୀ ହିଂସା ଘଟିଛି ତାହା ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଭୟାନକ ଅସହିଷ୍ଣୁ ଘଟଣା ବୋଲି ନଡ୍ଡା କ୍ଷୋଭର ସହ କହିଛନ୍ତି।
ନଡ୍ଡାଙ୍କ ଧାରଣା ମଞ୍ଚ ଭାଙ୍ଗିଲା କୋଲକାତା ପୁଲିସ
/sambad/media/post_attachments/wp-content/uploads/2021/05/nada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)