ଜମାତ୍‌-ଉଲ୍-ମୁଜାହିଦୀନ୍‌ ବାଂଲାଦେଶର ଆତଙ୍କବାଦୀ ଅବ୍‌ଦୁଲ୍ କରିମ୍‌ଙ୍କୁ ଗିରଫ କଲା କୋଲ୍‌କାତା ପୁଲିସ୍‌ ଏସ୍‌ଟିଏଫ୍

କୋଲ୍‌କାତା: କୋଲ୍‌କାତା ପୁଲିସ୍‌ର ସ୍ପେସାଲ୍ ଟାସ୍କ୍‌ ଫୋର୍ସ ବାଂଲାଦେଶ ଆତଙ୍କବାଦୀ ସଂଗଠନ ଜମାତ୍-ଉଲ୍-ମୁଜାହିଦୀନ୍‌ ବାଂଲାଦେଶର ଶୀର୍ଷସ୍ତରୀୟ ସଦସ୍ୟ ଅବ୍‌ଦୁଲ୍ କରିମ୍‌ଙ୍କୁ ଗିରଫ କରିଛି।

ଭାରତରେ କାର୍ଯ୍ୟ କରୁଥିବା ଜମାତ୍‌-ଉଲ୍-ମୁଜାହିଦୀନ୍‌ ବାଂଲାଦେଶ ନେଟ୍‌ୱାର୍କର ସଲାଉଦ୍ଦିନ୍ ସାଲେହିନ୍‌ଙ୍କ ପଛକୁ ଥିଲେ ଅବ୍ଦୁଲ୍ କରିମ୍। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରୁ କରିମ୍‌ଙ୍କୁ ଗିରଫ କରାଯାଇଛି।

Image Source: News18

ବାଂଲାଦେଶୀ କର୍ତ୍ତୃପକ୍ଷ, ନ୍ୟାସ୍‌ନାଲ୍ ଇନ୍‌ଭେଷ୍ଟିଙ୍ଗ୍ ଏଜେନ୍ସି ଏବଂ ପଶ୍ଚିମବଙ୍ଗ ପୁଲିସ ଖୋଜୁଥିବା କରିମ୍‌ଙ୍କୁ ଶୁକ୍ରବାର ଦିନ ଏକ ସ୍ଥାନୀୟ ଅଦାଲତରେ ହାଜର କରାଯିବ। ସେତେବେଳ ପୁଲିସ ପଚରାଉଚୁରା ପାଇଁ ତାଙ୍କୁ ହାଜତକୁ ନେବାକୁ ଅନୁମତି ମାଗିବ।

ଆତଙ୍କବାଦୀ ସଙ୍ଗଠନ ଜମାତ୍-ଉଲ୍-ମୁଜାହିଦୀନ୍ ବାଂଲାଦେଶ ବିହାର ଗୟା ଓ ପଶ୍ଚିମବଙ୍ଗର ବର୍ଦ୍ଧୱାନ୍‌ ସମେତ ଦେଶର କେତେକ ଆତଙ୍କ ସମ୍ବନ୍ଧୀୟ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।

Image Courtesy of Zee News

୨୦୧୪ ବର୍ଦ୍ଧୱାନ୍ ବ‌ୋମା ବିସ୍ଫୋରଣ ଓ ୨୦୧୩ରେ ଗୟା ବିସ୍ଫୋରଣରେ ଜମାତ୍-ଉଲ୍-ମୁଜାହିଦୀନ୍ ବାଂଲାଦେଶର ସମ୍ପୃକ୍ତି ଥିବାର ପ୍ରମାଣ ଏନ୍‌ଆଇଏ ସଂଗ୍ରହ କରିଛି। ବର୍ଦ୍ଧୱାନ୍ ବିସ୍ଫୋରଣ ସମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ବ‌େଳେ ଗୟା ବିସ୍ଫୋରଣରେ କେତେଜଣ ସନ୍ନ୍ୟାସୀ ଓ ପରିଦର୍ଶକ ଆହତ ହୋଇଥିଲେ।

 

ସମ୍ବନ୍ଧିତ ଖବର