କୋଲ୍କାତା: କୋଲକାତା ବନ୍ଦର ଏଣିକି ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ନାମରେ ପରିଚିତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ‘ଭାରତୀୟ ଜନସଂଘ’ର ପ୍ରତିଷ୍ଠାତା ସଭାପତି ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ନାମାନୁସାରେ କୋଲକାତା ବନ୍ଦର ନାମିତ ହୋଇଛି। ‘କୋଲକାତା ପୋର୍ଟ ଟ୍ରଷ୍ଟ’ର ୧୫୦ତମ ବାର୍ଷିକୀ ପାଳନ ଅବସରରେ ନେତାଜୀ ଇନ୍ଡୋର୍ ଷ୍ଟାଡିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କୋଲକାତା ବନ୍ଦରକୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରିଛନ୍ତି। ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ କିମ୍ବଦନ୍ତୀ ପୁରୁଷ ଥିଲେ ଏବଂ ସେ ସଂଘର୍ଷ ଓ ବିକାଶର ନେତା ଥିଲେ। ଏକ ଦେଶ, ଏକ ସମ୍ବିଧାନରେ ସେ ବିଶ୍ବାସ କରୁଥିଲେ। ପୂର୍ବ ଭାରତରେ କୋଲକାତା ବନ୍ଦରଟି ସମୃଦ୍ଧି ଓ ପରମ୍ପରାର ପ୍ରତୀକ ଅଟେ। ଏଣୁ କୋଲକାତା ବନ୍ଦରକୁ ‘ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦର’ ଭାବେ ନାମିତ କରାଗଲା ବୋଲି ମୋଦୀ ଘୋଷଣା କରିଛନ୍ତି। କୋଲକାତା ବନ୍ଦର ଭାରତର ଶିଳ୍ପ, ଆଧ୍ୟାତ୍ମିକତା ଏବଂ ଆତ୍ମନିର୍ଭରଶୀଳତାର ପ୍ରତିନିଧିତ୍ବ କରୁଛି ବୋଲି ମୋଦୀ କହିଛନ୍ତି।
ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହେଲା କୋଲକାତା ବନ୍ଦର
/sambad/media/post_attachments/wp-content/uploads/2020/01/fh5f4h95sf7h98sf74h98fs4hsfhhhhhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)