କୋଲକାତା: ମହିଳାମାନଙ୍କ କୁମାରୀତ୍ୱ ପ୍ରସଙ୍ଗରେ ଫେସ୍‌ବୁକ୍‌ ପୋଷ୍ଟ କରି ସମାଲୋଚନାର ଶରଣ ହୋଇଛନ୍ତି କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର କନକ ସରକାର। ସେ ମହିଳାଙ୍କ କୁମାରୀତ୍ୱକୁ ଏକ ‘ସିଲ୍‌ ଦିଆ ଥଣ୍ଡାପାନୀୟ ବୋତଲ ଓ ପ୍ୟାକ୍‌ ଖୋଲା ଯାଇ ନଥିବା ବିସ୍କୁଟ ପ୍ୟାକେଟ୍‌ ସହିତ ତୁଳନା କରି ବିବାଦ ଘେରକୁ ଆସିଛନ୍ତି। ସୋସିଆଲ ମିଡିଆରେ ଟ୍ରୋଲ୍‌ ହେବା ସହ ଛିଛାକାରର ଶିକାର ହୋଇଛନ୍ତି।

Advertisment

publive-image

ପ୍ରଫେସର ସରକାର ନିଜର ଫେସ୍‌ବୁକ୍‌ ଟାଇମ୍‌ ଲାଇନ୍‌ରେ ଶିକ୍ଷିତ ଯୁବପିଢ଼ିକୁ ନୈତିକ ଶିକ୍ଷା ଦେବା ଅଭିପ୍ରାୟ ରଖି ଯୁବକମାନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ କୁମ୍ବାରୀତ୍ୱ ଥିବା ଝିଅ ଏକ ସିଲ୍‌ ଦିଆ ବୋତଲ୍‌ କିମ୍ବା ପ୍ୟାକେଟ୍‌ ଭଳି। ବହୁତ ଯୁବକ ବୋକା, ସେମାନେ ଝିଅଙ୍କ କୁମାରୀତ୍ୱ ବିଷୟରେ ଅବଗତ ନଥାନ୍ତି। ଆପଣ କେବେ ଠିପି ଖୋଲା ଥିବା ଥଣ୍ଡା ପାନୀୟ କିିଣିଥାଆନ୍ତି?

publive-image

ଏହାପରେ ଏହି ମନ୍ତବ୍ୟକୁ ନେଇ ଜୋରଦାର୍‌ ବିରୋଧ ହୋଇଥିଲା। ଫଳରେ ପ୍ରଫେସ୍‌ର ତାଙ୍କର ପୋଷ୍ଟ ପ୍ରତ୍ୟାହାର କରି ଦେଇଥିଲେ। ମଙ୍ଗଳବାର ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀ ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ସର୍ଦ୍ଦାର ବଲ୍ଲଭଭାଇଙ୍କ ମୁଣ୍ଡ ସ୍ଥାନରେ ପ୍ରଫେସ୍‌ରଙ୍କ ମୁଣ୍ଡ ଲଗାଇ ଷ୍ଟାଚ୍ୟୁ ଅଫ୍‌ ଭର୍ଜିନିଟି ଲେଖି ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।

ଏତେ ସବୁ ବିବାଦ ଉପୁଜିବା ପରେ ପ୍ରଫେସର କନକ୍‌ ସରକାର, ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସଫେଇ ଦେଇଛନ୍ତି। ଏହା ସତ୍ତ୍ୱେ ପ୍ରେଫେସରଙ୍କୁ ଟ୍ରୋଲ ଜାରି ରହିଛି।