ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ବୁଧବାର ଦୁର୍ନୀତି ଅଭିଯୋଗ ସହିତ ଡାକ୍ତରଖାନାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ କେନ୍ଦ୍ର କରି ହାଇକୋର୍ଟ ଦେଇଥିବା ମନ୍ତବ୍ୟକୁ ହଟାଇବାକୁ ଦାବି କରିଛନ୍ତି।ସେପ୍ଟେମ୍ବର ୬ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଏହି ପିଟିସନର ଶୁଣାଣି କରିବେ। 

Advertisment

ପୂର୍ବତନ ପ୍ରିନ୍ସିପାଲ୍ ଡକ୍ଟର ସନ୍ଦୀପ ଘୋଷଙ୍କୁ ମଙ୍ଗଳବାର (ସେପ୍ଟେମ୍ବର ୩, ୨୦୨୪) ରେ ୮ ଦିନ ପାଇଁ ପୁଲିସ ହେପାଜତକୁ ପଠାଯାଇଥିଲା। ସରକାରୀ ଡାକ୍ତରଖାନାରେ ଆର୍ଥିକ ଅନିୟମିତତା ଅଭିଯୋଗରେ ସିବିଆଇ ଘୋଷଙ୍କ ସହ ଅନ୍ୟ ତିନି ଜଣଙ୍କୁ ମଧ୍ୟ କରିଥିଲା।

ଯାଞ୍ଚ ଏଜେନ୍ସିଙ୍କ ହୋପାଜତରେ ସନ୍ଦୀପ ଘୋଷ ସମ୍ପ୍ରତି କୋଲକାତାର ନିଜାମ ପେଲେସରେ ଏମଏସଓର ଦ୍ବିତୀୟ ‌କୋଠାର ୧୪ତମ ତାଲାରେ ଥିବା ଲକ-ଅପରେ ବନ୍ଦୀ ଅଛନ୍ତି। ଏଠାରେ ତାଙ୍କର ପ୍ରଥମ ରାତି ବହୁତ କଷ୍ଟରେ କଟିଛି।  ସେ ପୂରା ରାତି ଅନିନ୍ଦ୍ରା ରହିଥିଲେ। ସେ ରାତିସାରା ଗଭୀର ଚିନ୍ତାରେ ବୁଡ଼ି ରହିଥିଲେ।  ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସି ନଥିଲେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

ଘୋଷ ରହିଥିବା ଲକଅପର ଚାରିପଟେ ୨୪ ଘଣ୍ଟା ସଶସ୍ତ୍ର ସିଆରପିଏଫ ଯବାନଙ୍କୁ ନିୟୋଜିତ କରାଯାଇଛି। ସେପ୍ଟେମ୍ବର ୧୦ ତାରିଖ‌ରେ ସେ ପୁଣିଥରେ କୋର୍ଟରେ ହାଜର ହେବେ।  

ଗତ ମାସରେ ଜଣେ ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପରେ ଡାକ୍ତରଖାନା ପ୍ରଶାସନ ତୀବ୍ର ଅନୁସନ୍ଧାନର ସମ୍ମୁଖୀନ ହୋଇଛି। ସିବିଆଇ ଅଧିକାରୀ କହିଛନ୍ତି ଯେ ଘୋଷଙ୍କ ସହ ଗିରଫ ହୋଇଥିବା ଅନ୍ୟ ତିନିଜଣଙ୍କ ମଧ୍ୟରେ ଆଫସର ଅଲି (୪୪), ତାଙ୍କ ସୁରକ୍ଷା କର୍ମୀ ବିପ୍ଳବ ସିଙ୍ଗା (୫୨) ଏବଂ ସୁମନ ହଜାରା (୪୬) ଅଛନ୍ତି ।
ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବିରୋଧରେ ସିବିଆଇ ଦୁଇଟି ପୃଥକ ମାମଲା ରୁଜୁ କରିଛି। ସେଥିମଧ୍ୟରୁ ପ୍ରଥମ ମାମଲାଟି ହେଉଛି ଅଗଷ୍ଟ ୯ ରେ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା। ଦ୍ୱିତୀୟ ମାମଲା ହେଉଛି ଡାକ୍ତରଖାନାରେ ଆର୍ଥିକ ପ୍ରଶାସନିକ ଅନିୟମିତତା।