କୋଲକାତାରେ ପର୍ଣ୍ଣ ରାକେଟ୍: ଆଡଲ୍ଟ ୱେବ୍ ସିରିଜ୍‌ ଅଭିନେତ୍ରୀ ନନ୍ଦିତା ଦତ୍ତ ଗିରଫ

କୋଲକାତା: କୋଲକାତା ପୁଲିସ ଏକ ପର୍ଣ୍ଣ ରାକେଟ୍‌ର ଠାବ କରିବା ସହ ଜଣେ ମଡେଲ ବନାମ ଅଭିନେତ୍ରୀ ତଥା ନ୍ୟାନ୍ସି ଭାଭି ଭାବେ ପରିଚିତ ପର୍ଣ୍ଣ ରାକେଟ୍‌ର ଶୁଟ୍ କୋ-ଅର୍ଡିନେଟରଙ୍କୁ ଗିରଫ କରିଛି ଯେ କି ଅଭିନୟ ଓ ମଡେଲିଂ ପାଇଁ ଆଗ୍ରହୀ ଯୁବତୀମାନଙ୍କୁ ଅଶ୍ଳୀଳ ଭିଡିଓ ଶୁଟିଂରେ ଅଂଶ ଗ୍ରହଣ କରିବାକୁ ବାଧ୍ୟ କରୁଥିଲେ। ଗିରଫ ଅଭିନେତ୍ରୀ ଜଣକ ହେଉଛନ୍ତି ୩୦ ବର୍ଷୀୟା ନନ୍ଦିତା ଦତ୍ତ, ଯେ କି ଆଡଲ୍‌ଟ ୱେବ୍ ସିରିଜ୍ ତଥା ଶର୍ଟ ଭିଡିଓ ତିଆରି ପାଇଁ କାମ କରୁଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ୩୯ ବର୍ଷୀୟ ମୈନାକ ଘୋଷ ମଧ୍ୟ ଗିରଫ ହୋଇଛନ୍ତି। ଦୁଇଜଣ ଯୁବ ମଡେଲଙ୍କ ଅଭିଯୋଗ ପରେ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି।

ଜଣେ ଅଭିଯୋଗକାରୀ କହିଛନ୍ତି ଯେ, ନନ୍ଦିତା ଦତ୍ତ ଓ ମୈନାକ ଘୋଷ ତାଙ୍କୁ ବାଲିଗଞ୍ଜଠାରେ ଥିବା ଏକ ଷ୍ଟୁଡିଓରେ ନଗ୍ନ ଭିଡିଓ ପ୍ରସ୍ତୁତିରେ ଅଂଶଗ୍ରହଣ କରିବା ପାଇଁ ବାଧ୍ୟ କରିଥିଲେ। ଅଭିଯୋଗକାରୀ ଦ୍ବିତୀୟ ମଡେଲ ଜଣକ ସେହି ଏକା ଗୋଷ୍ଠୀ ଦ୍ବାରା ନ୍ୟୁ ଟାଉନ୍ ହୋଟେଲରେ ଏକ ଆଡଲ୍‌ଟ ଭିଡିଓ ଶୁଟିଂ କରିଥିଲେ। ଅଭିଯୋଗ ପରେ ପୁଲିସ ଦତ୍ତ ଓ ଘୋଷଙ୍କୁ ଯଥାକ୍ରମେ ଦମ୍‌ଦମ୍ ଓ ନାକତଲାସ୍ଥିତ ସେମାନଙ୍କ ଘରୁ ଗିରଫ କରିଥିଲା। ଉଭୟେ ଯୁବତୀମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଅଶ୍ଳୀଳ ଭିଡିଓ ଶୁଟିଂ କାମରେ ଲଗାଉଥିଲେ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର