ଲକ୍‌ଡାଉନ୍ ଯୋଗୁଁ ବିଦେଶକୁ ଦୁର୍ଗା ମୂର୍ତ୍ତି ପଠାଇବାକୁ ବରାଦ ପାଉନାହାନ୍ତି କୋଲ୍‌କାତାର କୁମାରତୂଳୀ କାରିଗର

କୋଲ୍‌କାତା: ଲକ୍‌ଡାଉନ୍ ଯୋଗୁଁ କୋଲ୍‌କାତାର ପ୍ରସିଦ୍ଧ ମୂର୍ତ୍ତି ନିର୍ମାଣ ହବ୍ ବା ନାଭିଚକ୍ର କୁମାରତୂଳୀର ହଜାର ହଜାର ମୂର୍ତ୍ତି ଶୀଳ୍ପି ଖୁବ୍ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ସାହାଯ୍ୟ କରୁଥିବା ଶ୍ରମିକମାନେ ଗାଆଁକୁ ଚାଲି ଯାଇଥିବାରୁ ମୂର୍ତ୍ତି ତିଆରି ବନ୍ଦ ହୋଇଯାଇଛି। ମୂର୍ତ୍ତି ପାଇଁ ଆବଶ୍ୟକ କଞ୍ଚାମାଲ ମଧ୍ୟ ମିଳୁ ନାହିଁ। ଏ ବର୍ଷ କାରିଗରମାନଙ୍କ ବ୍ୟବସାୟରେ ବିପୁଳ ଆର୍ଥିକ କ୍ଷତି ହେବ ବୋଲି ସେମାନେ ଆଶଙ୍କା କରୁଛନ୍ତି।

ପ୍ରତିବର୍ଷ ଏଠାରୁ ବିଦେଶକୁ ମଧ୍ୟ ଅନେକ ଦୁର୍ଗା ପ୍ରତିମା ପଠାଯାଇଥାଏ। ଏଥିରେ ସମ୍ପୃକ୍ତ ଜୟଦୀପ ମୁଖାର୍ଜୀ ନାମକ ଜଣେ ବ୍ୟବସାୟୀ କହନ୍ତି, ଲକ୍‌ଡାଉନ୍ ଯୋଗୁଁ ଆମ ଉପରେ ବେଶୀ କୁପ୍ରଭାବ ପଡ଼ିଛି। ଏତେ ବେଳକୁ ଆମେ ଆମେରିକା, ଇଂଲଣ୍ଡ୍, ସାଉଦି ଆରବ, ଅଷ୍ଟ୍ରେଲିଆ, ଜର୍ମାନି ଏବଂ ଅନ୍ୟାନ୍ୟ ବିଦେଶୀ ରାଷ୍ଟ୍ରକୁ ଜାହାଜରେ ଦେବୀ ପ୍ରତିମା ପଠାଇବା କାମ ଆରମ୍ଭ କରିଥାଉ। କାରଣ ଗନ୍ତବ୍ୟସ୍ଥଳୀରେ ପ୍ରତିମାଗୁଡ଼ିକୁ ପହଞ୍ଚାଇବାକୁ ପ୍ରାୟ ୩ ମାସ ସମୟ ଲାଗିଥାଏ। କିନ୍ତୁ, ଲକ୍‌ଡାଉନ୍ ଯୋଗୁଁ ମିଳିଥିବା ବରାଦ ଅଟକି ରହିଛି।

ବିଦେଶରେ ପ୍ରାୟ ୫୦୦ ପୂଜା ସଂଗଠନ ରହିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦% ପ୍ରତି ଦୁଇ ତିନି ବର୍ଷରେ ଦୁର୍ଗା ପ୍ରତିମା ପରିବର୍ତ୍ତନ କରନ୍ତି। କିନ୍ତୁ, ଏ ବର୍ଷ ତାହା ବୋଧହୁଏ ସମ୍ଭବ ନୁହେଁ। ଏବର୍ଷ ସେମାନେ ନିଶ୍ଚୟ ପୁରୁଣା ପ୍ରତିମା ପୂଜା କରିବେ।

 

 

ସମ୍ବନ୍ଧିତ ଖବର