ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଗର୍ବର ଦିନ | କାରଣ  ଇଣ୍ଟରପୋଲର ୯୦ତମ ସାଧାରଣ ଅଧିବେଶନ ଲୋଗୋରେ ଓଡ଼ିଶାର ପ୍ରସିଦ୍ଧ ସ୍ଥାପତ୍ୟ କଳା ‘କୋଣାର୍କ ଚକ୍ର’ ଆକୃତିର ଏକ ଚକ୍ର  ସ୍ଥାନିତ କରାଯାଇଛି | ଇଣ୍ଟରପୋଲ ଅଧିକାରୀଙ୍କ ସୂଚନା ଅନୁସାରେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟରପୋଲ ବା ଅନ୍ତର୍ଜାତୀୟ ପୁଲିସର ୯୦ତମ ସାଧାରଣ ଅଧିବେଶନରେ ୧୯୫ଟି ଦେଶର ଆଇନ ଶୃଙ୍ଖଳା ଅଧିକାରୀ ଅଂଶଗ୍ରହଣ କରିବେ ଏବଂ ଏହାର ଲୋଗୋରେ କୋଣାର୍କ ଚକ୍ର ଦ୍ବାରା ପ୍ରେରିତ ଏକ ଚକ୍ରକୁ ସଂଯୋଜିତ କରାଯାଇଛି । ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ନିକଟରେ ଏହି ଲୋଗୋ ଉନ୍ମୋଚନ କରିଛି | ଏହି ଲୋଗୋର କେନ୍ଦ୍ରରେ ଏକ 'ଚକ'ଥିବାବେଳେ ତିନିଟି ପତ୍ର ତାହାକୁ ଘେରି ରହିଛି | ତେବେ  ସିବିଆଇ ତତ୍ତ୍ବାବଧାନରେ  ଏହି ଲୋଗୋ ଡିଜାଇନ୍  ହୋଇଥିବାରୁ  ଓଡ଼ିଶାର କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ ଆକୃତିକୁ ବ୍ୟବହାର କରାଯାଇଛି।

Advertisment

publive-image

ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଯେତେବେଳେ ଇଣ୍ଟରପୋଲର ପ୍ରତିବଦ୍ଧତା ଏବଂ ଯୋଗଦାନ ବିଷୟରେ କୁହାଯାଏ, ସେତେବେଳେ କୋଣାର୍କ ଚକ ୨୪ ଘଣ୍ଟା କାମ କରିବାକୁ ପ୍ରେରଣା ଦେଇଥାଏ | ସେହିପରି ଏହି ଚକକୁ ଘେରି ରହିଥିବା ତିନୋଟି ପତ୍ର ଭାରତୀୟ ଜାତୀୟ ପତାକାରେ ବ୍ୟବହୃତ ରଙ୍ଗରେ  ଅଙ୍କାଯାଇଛି । ସେ କହିଛନ୍ତି ଯେ ଚକ ବାହାରେ ଘେରି ରହିଥିବା ଗୋଲେଇ ଆକୃତି ଇଣ୍ଟରପୋଲ ମାଧ୍ୟମରେ ଅନ୍ତର୍ଜାତୀୟ ବନ୍ଧନ ନିର୍ମାଣ ସହ ବିଶ୍ୱବ୍ୟାପୀ ସୁରକ୍ଷା ତଥା ଆଇନ ପ୍ରଣୟନ ଲକ୍ଷ୍ୟ ହାସଲ ପାଇଁ ଦୃଢ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ | ସେ କହିଛନ୍ତି ଯେ ଭାରତ ଚଳିତ ବର୍ଷ ଏହି ବୈଠକ ଆୟୋଜନ କରୁଛି। ୧୯୯୭ ପରଠାରୁ ଭାରତରେ ଏହି କାର୍ଯ୍ୟକ୍ରମ ଆଉ ଅନୁଷ୍ଠିତ ହୋଇନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ୟମ ଯୋଗୁଁ ଦେଶ ପୁଣି ଥରେ ଇଣ୍ଟରପୋଲ୍ ସାଧାରଣ ବୈଠକ ଆୟୋଜନ କରିବାର ସୁଯୋଗ ପାଇଛି। ଅକ୍ଟୋବର ୧୮ରୁ ଆରମ୍ଭ ହୋଇ ତିନିଦିନ ଚାଲିବାକୁ ଥିବା ଏହି ଅଧିବେଶନରେ ଦୁର୍ନୀତି ଏବଂ ସାଇବର ଅପରାଧ, ଇଣ୍ଟରନେଟରେ ପ୍ରସାରିତ ଶିଶୁଙ୍କ ଯୌନ ଶୋଷଣ ଭିଡିଓ, ନିଖୋଜ ବ୍ୟକ୍ତି ଏବଂ ଆତଙ୍କବାଦ ତଥା ପଳାତକ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ବିଭିନ୍ନ ଦେଶରେ ପୁଲିସର ସହଯୋଗରେ ଉନ୍ନତି ଆଣିବା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଏବଂ ପଦକ୍ଷେପ ଅନ୍ତର୍ଭୁକ୍ତ ହେବ।