ଆଇକନିକ ସାଇଟ୍ସରେ ସାମିଲ୍‌ ହେବ କୋଣାର୍କ

ନୂଆଦିଲ୍ଲୀ : କୋଣାର୍କର ସୂର୍ଯ୍ୟମନ୍ଦିରକୁ ଆଇକନିକ୍‌ ଷ୍ଟାଟସ୍‌ରେ ସାମିଲ୍‌ କରାଯିବ। ସେହିଭଳି ଗୁଜରାଟର ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ମଧ୍ୟ ସମାନ ମାନ୍ୟତା ପାଇବ। ଆଜି ରାଜ୍ୟସଭାରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ।

୨୦୧୯-୨୦ ଆର୍ଥିକବର୍ଷ ପାଇଁ ବଜେଟ୍‌ରେ କେନ୍ଦ୍ର ସରକାର ୧୭ଟି ପର୍ଯ୍ୟଟନସ୍ଥଳୀକୁ ‘ଆଇକନିକ୍‌ ଷ୍ଟାଟସ୍‌’ ରୂପେ ବିକଶିତ କରିବା ପାଇଁ ଘୋଷଣା କରିଥିଲେ। ମାତ୍ର, ଏଥିରେ ଓଡ଼ିଶାର କୌଣସି ପର୍ଯ୍ୟଟନସ୍ଥଳୀକୁ ସାମିଲ୍‌ କରାଯାଇନଥିଲା। ଏହାପରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀକୁ ‘ଆଇକନିକ୍‌ ସାଇଟ୍ସ’ରେ ସାମିଲ୍‌ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଦ୍ବାରା ଓଡ଼ିଶାର କୋଣାର୍କ ସୂର୍ଯ୍ୟମନ୍ଦିର ଓ ଗୁଜରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସାମିଲ କରାଯାଇ ସମୁଦାୟ ୧୯ଟି ଆଇକନିକ୍ ସାଇଟ୍‌ସକୁ ବିକଶିତ କରାଯିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଛନ୍ତି।

ସମ୍ବନ୍ଧିତ ଖବର