ନୂଆଦିଲ୍ଲୀ  : କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଯେଉଁ ଭଳି ବିକାଶ ହେବା କଥା, ହୋଇନାହିଁ ବୋଲି ସ୍ବୀକାର କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ଦିନ ଲୋକସଭାରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠିଙ୍କ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ପ୍ରସଙ୍ଗର ଉତ୍ତର ଦେବା ଅବସରରେ ସେ ଏହା କହିଥିଲେ।

Advertisment

ଶ୍ରୀ ପ୍ରଧାନ ଉତ୍ତରରେ କହିଥିଲେ ଯେ ଦୀର୍ଘ ଦିନ ପରେ ନିକଟରେ ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳପତି ନିଯୁକ୍ତ ହୋଇଛନ୍ତି। କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସମେତ ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ୩୦ ପ୍ରତିଶତରୁ ଅଧିକ ପଦ ଖାଲି ରହିଛି। ବର୍ଷକ ମଧ୍ୟରେ ଏହି କ୍ଷେତ୍ରରେ ଏକ ଲକ୍ଷ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି। ଗତ ଦୁଇ ବର୍ଷରେ ଦୁଇ ହଜାର ପ୍ରଫେସର, ଆସୋସିଏଟ୍‌ ‌ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସେ କହିଛନ୍ତି।