ବଲାଙ୍ଗୀର: ବଲାଙ୍ଗୀର ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ଏକ ଦାବିପତ୍ର ଦିଆଯାଇଛି। ସ୍ଥାନୀୟ ସର୍କିଟହାଉସରେ ଏକାଡେମୀର ସଭାପତି ପଦ୍ମଶ୍ରୀପ୍ରାପ୍ତ ଡ. ଶ୍ରୀନିବାସ ଉଦ୍ଗାତା, ସାଧାରାଣ ସମ୍ପାଦକ ଗୋରେଖନାଥ ସାହୁ ମନ୍ତ୍ରୀଙ୍କୁ ଭେଟି କୋଶଲି-ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରି ଭଷା ମାନ୍ୟତା ଦେବାକୁ ଦାବି କରିଥିଲେ।
କୋଶଲି-ସମ୍ବଲପୁରୀ ଭାଷାକୁ ସମ୍ବିଧାନରେ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଉ
ପଶ୍ଚିମ ଓଡ଼ିଶା ପିଲାଙ୍କୁ ମାତୃଭାଷାରେ ଶିକ୍ଷାଦାନ କରାଯାଉ
ଶ୍ରୀ ଉଦ୍ଗାତାଙ୍କ କହିବା ଅନୁସାରେ, ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀମାନେ ତାଙ୍କ ମାତୃଭାଷାରେ ପାଠ ପଢ଼ୁନଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଦ୍ବାରା ସେମାନେ ଅନ୍ୟ ଅଞ୍ଚଳର ପିଲାଙ୍କ ତୁଳନାରେ ପଛରେ ପଡ଼ିଯାଉଛନ୍ତି। ତେଣୁ, ଏ ଦିଗରେ ଦୃଷ୍ଟିଦେଇ ପଶ୍ଚିମ ଓଡ଼ିଶାର ପିଲାମାନଙ୍କୁ ସେମାନଙ୍କ ମାତୃଭାଷାରେ ପାଠପଢ଼ିବା ପାଇଁ ସୁଯୋଗ ଦିଆଯାଉ ବୋଲି ଅନୁରୋଧ କରିଥିଲେ। ଦାବିପତ୍ର ଗ୍ରହଣ କରି ଏ ଦିଗରେ ଉଚିତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।