କୋଟିଆ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ଦାଖଲ ହେବ ନୂଆ ମାମଲା

ନୂଆଦିଲ୍ଲୀ : କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ପଂଚାୟତରେ ଆନ୍ଧ୍ର ସରକାର ଗତ ଫେବ୍ରୁଆରିରେ ପଂଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲା ଏବେ ବିଚାରାଧୀନ ରହିଛି। ଅପରପକ୍ଷେ ଚଳିତ ବର୍ଷ ଏପ୍ରିଲ ୫ ତାରିଖରେ ଓଡ଼ିଶା ସରକାର କୋଟିଆ ପ୍ରସଙ୍ଗରେ (ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅନଙ୍ଗ କୁମାର ପଟ୍ଟନାୟକଙ୍କ ନ୍ୟାୟିକ ପରାମର୍ଶ ଅନ୍ତର୍ଗତ ଭାରତୀୟ ସମ୍ବିଧାନର ଧାରା ୧୩୧ ଆଧାରରେ) ଆଉ ଏକ ନୂଆ ମୋକଦ୍ଦମା ଦାୟର କରିବାକୁ ନିଷ୍ପତ୍ତି ନେଇଥିଲେ। ମାମଲା ସଂପର୍କୀତ ନଥିପତ୍ର ରାଜ୍ୟ ସରକାରଙ୍କ ଓକିଲ ଶିବ ଶଙ୍କର ମିଶ୍ରଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ସୁପ୍ରିମକୋର୍ଟରେ ଏହି ମାମଲା ଖୁବ୍‌ ଶୀଘ୍ର ଦାଖଲ କରାଯିବାକୁ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର