କାଠମାଣ୍ଡୁ : ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ସିପିଏନ (ୟୁଏମଏଲ)ର ସଭାପତି କେପି ଶର୍ମା ଓଲି ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଦେଖାଦେଇଛନ୍ତି। ଶନିବାର ଦିନ ଓଲି ଭକ୍ତପୁରରେ ଦଳର ଛାତ୍ର ଶାଖା ରାଷ୍ଟ୍ରୀୟ ଯୁବ ସଂଘର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ଅସମ୍ବିଧାନିକ । କାରଣ ଏହା ଲୋକଙ୍କ ଭୋଟ ଦ୍ବାରା ନିର୍ବାଚିତ ହୋଇନାହିଁ, ବରଂ ଏହା ଭଙ୍ଗାରୁଜା ଏବଂ ପୋଡ଼ାଜଳା ମାଧ୍ୟମରେ ଗଠିତ ହୋଇଛି ।
କେପି ଶର୍ମା ଓଲି କହିଛନ୍ତି ଯେ ସେ ସେପ୍ଟେମ୍ବର ୯ ତାରିଖ ଦିନ ସେ ସକାଳ ୧୧ ରୁ ୧୧.୩୦ ମଧ୍ୟରେ ଇସ୍ତଫା ଦେଇଥିଲେ। ପୂର୍ବରୁ ୮ ସେପ୍ଟେମ୍ବରରେ ଘଟିଥିବା ଘଟଣା ଅବାଞ୍ଛିତ ଥିଲା ଏବଂ ସେ ଏହାକୁ ନିୟନ୍ତ୍ରଣ କରିବାକୁ ଉଦ୍ଦେଶ୍ୟ ରଖିଥିଲେ। କିନ୍ତୁ, ଯେତେବେଳେ ସେ ଅନୁଭବ କଲେ ଯେ ଏଥିରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ, ସେ ଇସ୍ତଫା ଦେଇଥିଲେ।
ଏହି ପଦକ୍ଷେପକୁ ତାଙ୍କର ରାଜନୈତିକ ସକ୍ରିୟତା ସହିତ ପୁନଃ ସଂଯୋଗ କରିବାର ଏକ ପ୍ରୟାସ ଭାବରେ ଦେଖାଯାଉଛି, ବିଶେଷକରି ଯୁବପିଢ଼ିଙ୍କ ସହିତ। ଜନସାଧାରଣଙ୍କ ଆକ୍ରୋଶ ଏବଂ ରକ୍ତପାତ ପରେ, ଓଲିଙ୍କୁ ପଦ ଛାଡିବାକୁ ବାଧ୍ୟ କରାଯାଇଥିଲା। ତାଙ୍କ ସ୍ଥାନରେ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ଏହା ପରେ, ପୋଡ଼ାଜଳା, ଭଙ୍ଗାରୁଜା ଏବଂ ଲୁଟପାଟର ଘଟଣା ଆରମ୍ଭ ହେଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/27/oli-2025-09-27-19-46-50.jpg)