ଭାରତରେ ହୋଇନାହିଁ ଯୋଗର ଉତ୍ପତି, ଯୋଗକୁ ନେଇ ବିବାଦୀୟ ବୟାନ ଦେଲେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି

ନୂଆଦିଲ୍ଲୀ: ସୋମବାର ଦିନ ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା | ତେବେ ଯୋଗ ଦିବସ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଦାବି କରିଛନ୍ତି ଯେ ଯୋଗ ଭାରତରେ ନୁହେଁ, ବରଂ ତାଙ୍କ ଦେଶରେ ଉତ୍ପତି ହୋଇଥିଲା। କେବଳ ଯୋଗ ନୁହେଁ ବରଂ ଓଲି ପୁଣି ବିବାଦୀୟ ଦାବିକୁ ଦୋହରାଇଛନ୍ତି ଯେ ପ୍ରଭୁ ରାମ ନେପାଳରେ ଜନ୍ମଗ୍ରହଣ କରିଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସରେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଏକ ରାଷ୍ଟ୍ର ଭାବରେ ଭାରତର ଅସ୍ତିତ୍ୱର ବହୁ ପୂର୍ବରୁ ନେପାଳରେ ଯୋଗ ଅଭ୍ୟାସ ଜାରି ରହିଛି। ସେ କହିଛନ୍ତି ଯେ ଯୋଗ ଭାରତରେ ଉତ୍ପନ୍ନ ହୋଇନାହିଁ।

ଯେତେବେଳେ ଯୋଗ ଆବିଷ୍କୃତ ହେଲା, ସେତେବେଳେ ଭାରତ ଗଠନ ହୋଇନଥିଲା | ଭାରତ ପରି କୌଣସି ଦେଶ ନଥିଲା, କାରଣ ନେପାଳରେ ଯୋଗ ଅଭ୍ୟାସ ସମୟରେ ଅନେକ ସୀମାନ୍ତ ରାଜ୍ୟ ଥିଲେ । ତେଣୁ ଯୋଗ ନେପାଳ କିମ୍ବା ଉତ୍ତରାଖଣ୍ଡର ଚତୁର୍ଦ୍ଦିଗରେ ଉତ୍ପନ୍ନ ହୋଇଥିଲା। ଓଲି କହିଛନ୍ତି ଯେ ଯୋଗ ଆବିଷ୍କାର କରିଥିବା ଆମର ସାଧୁମାନଙ୍କୁ ଆମେ କଦାପି ଶ୍ରେୟ ଦେଇନାହୁଁ।

ଆମେ ସବୁବେଳେ କିଛି ପ୍ରଫେସରଙ୍କ ବିଷୟରେ ହିଁ ଜାଣିଛୁ | ସେ କହିଛନ୍ତି, ଆମେ ଆମର ଦାବିକୁ ସଠିକ୍ ଭାବରେ ରଖି ପାରିଲୁ ନାହିଁ। ଆମେ ଏହାକୁ ସାରା ବିଶ୍ୱରେ ନେଇ ପାରିଲୁ ନାହିଁ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇ ପ୍ରସିଦ୍ଧ କରିଥିଲେ। ତା’ପରେ ଏହା ଆନ୍ତର୍ଜାତୀୟ ମାନ୍ୟତା ପାଇଲା |

ସମ୍ବନ୍ଧିତ ଖବର