୧୨ କୋଟି ଟଙ୍କାରେ ନିଲାମ ହେଲା ‘କୃଷ୍ନା ହୋଟେଲ’ ପେଣ୍ଟିଙ୍ଗ

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ କଳାକାର ପଦ୍ମଶ୍ରୀ ଭୁପେନ ଖାଖରଙ୍କ ଦୁର୍ଲଭ ପେଣ୍ଟିଙ୍ଗ ‘କୃଷ୍ନା ହୋଟେଲ’ ଲଣ୍ଡନରେ ୧୨.୭ କୋଟି ଟଙ୍କାରେ ବିକ୍ରି ହୋଇଛି। ଆମେରିକୀୟ ସ୍ଥପତି ଖ୍ରୀଷ୍ଟୋଫର୍ ବେନିଙ୍ଗର୍ ଏହି ଚିତ୍ରକୁ ‘ମଡର୍ଣ୍ଣ ଆଣ୍ଡ ସାଉଥ ଏସିଆନ’ ମେଳାରେ ବିକ୍ରି କରିଛନ୍ତି | ସେ ଏହି ପେଣ୍ଟିଙ୍ଗକୁ ୧୯୭୦ରେ ଏକ ନିଲାମରୁ କିଣିଥିଲେ, ଯାହା ଅହମ୍ମଦାବାଦରେ ବାଂଲାଦେଶୀ ଶରଣାର୍ଥୀଙ୍କୁ ସାହାଯ୍ୟ କରିବା ପାଇଁ ଆୟୋଜିତ ହୋଇଥିଲା।

ସେତେବେଳେ ଖାଖର ଜଣେ ଜଣାଶୁଣା ଚିତ୍ରଶିଳ୍ପୀ ନଥିଲେ, କିନ୍ତୁ ସେ ବରୋଦା ସ୍କୁଲ ଅଫ୍ ଆର୍ଟର କିଛି ବନ୍ଧୁଙ୍କ ମାଧ୍ୟମରେ ବେନିଙ୍ଗରଙ୍କ ସହ ବନ୍ଧୁ ହୋଇଥିଲେ । ବେନିଙ୍ଗରଙ୍କ କହିବା ମୁତାବକ ଏହି ପେଣ୍ଟିଙ୍ଗଟି ଏକ ସକରାତ୍ମକ ଶକ୍ତି ଭଳି ଥିଲା | ତେଣୁ ମୁଁ ଏହି ପେଣ୍ଟିଙ୍ଗକୁ ମୋ ଘରେ ରଖିବାକୁ ଚାହୁଁଥିଲି | ଭାରତୀୟଙ୍କ ନିତିଦିନିଆ ଜୀବନଶୈଳୀକୁ ଏହି ଚିତ୍ର ମାଧ୍ୟମରେ ଭୁପେନ ଦର୍ଶାଇଥିଲେ |

ମୁଁ ଏହି ପେଣ୍ଟିଙ୍ଗକୁ ବିକ୍ରି କରିଦେଉଛି ଏବଂ ଦକ୍ଷିଣ ଏସିଆର କଳାକାରମାନଙ୍କୁ ସାହାଯ୍ୟ କରିବା ପାଇଁ ମିଳିଥିବା ଅର୍ଥରାଶିକୁ ଖର୍ଚ୍ଚ କରିବି | ସୂଚନା ଥାଉ କି ଏହି ପେଣ୍ଟିଙ୍ଗର ଦୈର୍ଘ୍ୟ ୧୨୨.୩ ସେଣ୍ଟିମିଟର ଓ ପ୍ରସ୍ଥ ୧୦୭ ସେଣ୍ଟିମିଟର ରହିଛି | ଏଥିରେ ଗୁଜୁରାଟୀ ଭାଷାରେ ଚିତ୍ରଶିଳ୍ପୀଙ୍କର ହସ୍ତାକ୍ଷର ରହିଛି |

ସମ୍ବନ୍ଧିତ ଖବର