ଆଗ୍ରା : ମଥୁରାରୁ ଶାହି ଇଦ୍ଗାହ ମସଜିଦ୍ ହଟାଇବା ଦାବିରେ ହୋଇଥିବା ଏକ ଆବେଦନକୁ ଆଜି ମଥୁରା ଜିଲ୍ଲା କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। କୃଷ୍ଣ ଜନ୍ମଭୂମି ତଥା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥଳରେ ଶାହି ଇଦ୍ଗାହ ନିର୍ମାଣ ହୋଇଥିବାରୁ ଏହାକୁ ହଟାଇବାପାଇଁ ୧୧ରୁ ଅଧିକ ଆବେଦନ ହୋଇଥିବାବେଳେ କୋର୍ଟ ଏଥିରୁ ଗୋଟିଏ ଆବେଦନକୁ ଗ୍ରହଣ କରିଛନ୍ତି। ଏଣିକି ଏହି ମାମଲା ଉପରେ ବିଚାରଣା ହେବ । ପ୍ରଥମ ଆବେଦନଟି ୨ ବର୍ଷ ପୂର୍ବେ ଜଣେ ଲକ୍ଷ୍ନୌ ବାସିନ୍ଦା ରଂଜନା ଅଗ୍ନିହୋତ୍ରୀଙ୍କ ଦ୍ବାରା ହୋଇଥିଲା। କୃଷ୍ଣ ଜନ୍ମଭୂମିରେ ମଦଜିଦ୍ ନିର୍ମାଣ ହୋଇଛି ବୋଲି ପିଟିସନ୍ରେ ଦର୍ଶାଯାଇଛି ଏବଂ ଆବେଦନକାରୀ ସମଗ୍ର ୧୩.୧୭ ଏକର ଜମିର ମାଲିକାନା ଦାବି କରିଛନ୍ତି। ମଥୁରା କୋର୍ଟ ପୂର୍ବରୁ କଷ୍ଣ ଜନ୍ମଭୂମି ମକଦ୍ଦମାକୁ ଖାରଜ କରିଦେଇଥିଲେ । କିନ୍ତୁ ଆବେଦନକାରୀମାନେ ପୁନର୍ବାର ଆବେଦନ କରି କହିଥିଲେ, ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ ଭାବରେ ସେମାନଙ୍କର ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରକୃତ ଜନ୍ମସ୍ଥାନରେ ପୂଜା କରିବାର ଅଧିକାର ଅଛି।
କୃଷ୍ଣ ଜନ୍ମଭୂମି-ଶାହି ଇଦ୍ଗାହ ମାମଲା: ମସ୍ଜିଦ ହଟାଇବା ଦାବି ଆବେଦନକୁ ଗ୍ରହଣ କଲେ କୋର୍ଟ
/sambad/media/post_attachments/wp-content/uploads/2020/05/judgement.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)