କରାଚୀ : ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିବା ପରେପାକିସ୍ତାନରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଏହାର ଭୟର ପ୍ରତିଫଳନ ପାକିସ୍ତାନର ସେୟାର ବଜାରରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ପାକିସ୍ତାନ ଭୟ କରୁଛି ଯେ ଭାରତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ। ସେହି ସମୟରେଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଆତଙ୍କବାଦୀ ଆକ୍ରମଣ ପରେ ଭାରତକୁ ସମର୍ଥନ କରିବା ବିଷୟରେ କଥା ହୋଇଛନ୍ତି। ଯାହା ଯୋଗୁଁ କରାଚୀ ଷ୍ଟକ୍ ଏକ୍ସଚେଞ୍ଜରେ ଏକ ବଡ଼ ହ୍ରାସ ଦେଖାଯାଉଛି। ବୁଧବାର ପାକିସ୍ତାନ ଷ୍ଟକ୍ ମାର୍କେଟର ମୁଖ୍ୟ ସୂଚକାଙ୍କରେ ଏକ ବଡ଼ ହ୍ରାସ ଦେଖାଯାଉଛି। ତଥ୍ୟ ଅନୁଯାୟୀକରାଚୀ ଷ୍ଟକ୍ ଏକ୍ସଚେଞ୍ଜ ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ ସହିତ ୧୧୭୪୪୦ ପଏଣ୍ଟରେ କାରବାର କରୁଛି। ଅନ୍ୟପକ୍ଷରେଭାରତୀୟ ଷ୍ଟକ୍ ବଜାରରେ ପଏଣ୍ଟରୁ ଅଧିକ ବୃଦ୍ଧି ଘଟିଛି ଏବଂ ସେନସେକ୍ସ ଜାନୁଆରୀ ପରେ ହଜାର ପଏଣ୍ଟରେ ବନ୍ଦ ହୋଇଛି। ସେପଟେ ପାକିସ୍ତାନୀ ସାଧାରଣ ଲୋକମାନଙ୍କ ମଧ୍ୟରେ ବି ଆତଙ୍କ ଖେଳିଯାଇଛି ।
ପାକିସ୍ତାନରେ ଆତଙ୍କ : ୧୦୦୦ ପଏଣ୍ଟ ଖସିଲା କରାଚୀ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ
୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିବା ପରେପାକିସ୍ତାନରେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଏହାର ଭୟର ପ୍ରତିଫଳନ ପାକିସ୍ତାନର ସେୟାର ବଜାରରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି।
/sambad/media/media_files/2025/04/23/v7VmfT94Y8JVVf0eqsrL.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)