ନୂଆଦିଲ୍ଲୀ: ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଭିଏନା ଚୁକ୍ତି ଅଧୀନସ୍ଥ ଏହାର କର୍ତ୍ତବ୍ୟରେ ଉଲ୍ଲଂଘନ କରିଛି। ଆଇସିଜେ (ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ) ଅଧ୍ୟକ୍ଷ ବିଚାରପତି ଅବଦୁଲକ୍ବାବି ୟୁସୁଫ୍ ଆଜି ଜାତିସଂଘ ସାଧାରଣ ପରିଷଦରେ ଆଇସିଜେର ୨୦୧୮-୧୯ ବାର୍ଷିକ ରିପୋର୍ଟ ଦାଖଲ କରି ଏକଥା କହିଛନ୍ତି। ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ପରିଷଦରେ ଆଇସିଜେର ରିପୋର୍ଟ ଦାଖଲ କରି ଆଇସିଜେ ଅଧ୍ୟକ୍ଷ ୟୁସୁଫ୍ କହିଛନ୍ତି ଭିଏନା ଚୁକ୍ତିର ଧାରା ୩୬ ଅଧୀନରେ ପାକିସ୍ତାନ ଏହାର କର୍ତ୍ତବ୍ୟରେ ଉଲ୍ଳଂଘନ କରିଛି। ଗତ ଜୁଲାଇ ୧୭ ତାରିଖରେ ଆଇସିଜେ ଦ୍ବାରା ଦିଆଯାଇଥିବା ରାୟ ସମ୍ପର୍କରେ ମଧ୍ୟ ଏହି ରିପୋର୍ଟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଭାରତୀୟ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡର ପୁନଃ ସମୀକ୍ଷା କରିବାପାଇଁ ଆଇସିଜେ ଗତ ଜୁଲାଇ ୧୭ରେ ରାୟ ଦେଇଥିଲେ। ସେହିପରି ଯାଦବଙ୍କୁ ଦୂତାବାସ ସହାୟତା ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଇସିଜେଙ୍କ ରାୟ ପରେ ପାକିସ୍ତାନ ଅଗଷ୍ଟ ୧ ତାରିଖରେ ଆଇସିଜେଙ୍କୁ ସୂଚନା ଦେଇ କହିଥିଲା ଯେ ଜୁଲାଇ ୧୭ ତାରିଖର ରାୟ କାର୍ଯ୍ୟକାରୀ କରିବାପାଇଁ ଏହା ପ୍ରତିଶ୍ରୁତିବଦ୍ଧ। ତେବେ ଆଦେଶ କାର୍ଯ୍ୟକାରୀ କରିବାରେ ପାକିସ୍ତାନ ଆନ୍ତରିକତା ଦେଖାଇ ନାହିଁ ବୋଲି ଆଇସିଜେ ଅଧ୍ୟକ୍ଷ ଜାତିସଂଘକୁ ଅବଗତ କରାଇଛନ୍ତି।
କୁଳଭୂଷଣ ଯାଦବ ମାମଲା: ପାକିସ୍ତାନ ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି
ୟୁଏନ୍ଜିଏରେ ଆଇସିଜେ ଅଧ୍ୟକ୍ଷଙ୍କ ରିପୋର୍ଟ
/sambad/media/post_attachments/wp-content/uploads/2019/11/icjjpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)