କୁଳଭୂଷଣ ମାମଲା ଚୂଡ଼ାନ୍ତ ରାୟ ଫେବ୍ରୁଆରିରେ

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ଚୂଡ଼ାନ୍ତ ରାୟ ଆଗାମୀ ଫେବ୍ରୁଆରିରେ ଆସିବ। ଏହି ମାମଲା ଏବେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)ରେ ବିଚାରାଧୀନ ରହିଛି ଏବଂ ଏ ବାବଦରେ ଅନ୍ତିମ ରାୟ ପ୍ରକାଶ ପାଇଁ ଆଇସିଜେ ଫେବ୍ରୁଆରି-୨୦୧୯କୁ ଧାର୍ଯ୍ୟ କରିଛନ୍ତି। ଗୋଟିଏ ସପ୍ତାହର ଶୁଣାଣି ପରେ ରାୟ ପ୍ରକାଶ ପାଇବ ବୋଲି କୁହାଯାଇଛି। କୁଳଭୂଷଣଙ୍କୁ ଗୁପ୍ତଚର ବୃତ୍ତି ଏବଂ ଆତଙ୍କବାଦ ଅଭିଯୋଗରେ ପାକିସ୍ତାନ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡ ଶୁଣାଇଛି।

ସମ୍ବନ୍ଧିତ ଖବର