କୁଳଭୂଷଣଙ୍କୁ ମିଳିଲା ୨ୟ କନସୁଲାର ଆକସେସ

ନୂଆଦିଲ୍ଲୀ : ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବକୁ ଦ୍ୱିତୀୟ କନସୁଲାର ଆକସେସ ବା ଭାରତୀୟ କନସୁଲେଟ ଅଧିକାରୀମାନଙ୍କୁ ଭେଟିବାକୁ ଅନୁମତି ଦେଇଛି ପାକିସ୍ତାନ । ଭାରତୀୟ ଅଧିକାରୀମାନେ ଆଜି ସାଢେ ୪ଟା ବେଳେ ତାଙ୍କୁ ଭେଟିବାକୁ ସମୟ ଦିଆଯାଇଥିବା ପାକିସ୍ତାନୀ ଗଣମାଧ୍ୟମ କହିଛି । କିନ୍ତୁ ଇତି ମଧ୍ୟରେ ଭାରତୀୟ କର୍ମଚାରୀମାନେ ଯାଦବଙ୍କୁ ଭେଟିଛନ୍ତି କି ନା ତାହା ଜଣାପଡ଼ିନାହିଁ ।

ଏହି କନସୁଲାର ଆକସେସ ପାଇଁ ଭାରତ ପାକିସ୍ତାନ ନିକଟରେ ଦାବି କରିଆସୁଥିଲା । ଅନ୍ତର୍ଜାତୀୟ ନ୍ୟାୟାଳୟର ରାୟ ଅନୁସାରେ ପାକିସ୍ତାନ କୌଣସି ସର୍ତ୍ତ ନରଖି କନସୁଲାର ଆକସେସ ଦେବାକୁ ବାଧ୍ୟ ବୋଲି ଭାରତ କହିଥିଲା ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ପାକିସ୍ତାନ ଜେଲ୍ରେ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ପାକିସ୍ତାନ ସାମରିକ ଅଦାଲତରେ ରିଭ୍ୟୁ ପିଟିସନ୍ ଦାଏର କରିବାକୁ ଆଗ୍ରହୀ ନୁହନ୍ତି ବୋଲି ଅଳ୍ପ ଦିନ ପାକିସ୍ତାନ ଦାବି କରିଥିଲା । କିନ୍ତୁ, ଏହି ଦାବି ଉପରେ ଭାରତ ସନ୍ଦେହ ପ୍ରକାଶ କରିଛି। ତାଙ୍କ ଉପରେ ଚାପ ପକାଇ ଏ ଭଳି କରାଯାଇଥିବା କଥା ଭାରତ କହୁଛି।

କୁଳଭୂଷଣ ହେଉଛନ୍ତି ଜଣେ ପୂର୍ବତନ ନୌସେନା ଅଧିକାରୀ । ଗୁପ୍ତଚରଗିରି ଏବଂ ଆତଙ୍କବାଦ ଅଭିଯୋଗରେ ତାଙ୍କୁ ଏପ୍ରିଲ୍ ୨୦୧୭ରେ ପାକିସ୍ତାନୀ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା । ଏହାକୁ ବିରୋଧ କରି ଭାରତ ଆଇସିଜେରେ ଆବେଦନ କରିଥିଲା। ଆଇସିଜି ପାକିସ୍ତାନୀ ସାମରିକ ଅଦାଲତଙ୍କ ରାୟ ଉପରେ ରହିତାଦେଶ ଜାରି କରିଥିଲେ ।

ସମ୍ବନ୍ଧିତ ଖବର