ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଗତ ଡିସେମ୍ବର ୨୫ ତାରିଖରେ ସାକ୍ଷାତ ଅବସରରେ ତାଙ୍କ ପତ୍ନୀ ଓ ମା’ଙ୍କୁ ପାକିସ୍ତାନ ଦେଇଥିବା ଅପମାନ ପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗଛି। ତେବେ ପାକିସ୍ତାନର ଏଭଳି ହୀନମନ୍ୟତାକୁ ଦେଶ ଏବଂ ବିଦେଶରେ ମଧ୍ୟ କଡ଼ା ସମାଲୋଚନା କରାଯାଇଛିା ଓ୍ଵାସିଂଟନ୍ ସ୍ଥିିତ ପାକ୍ ଦୂତାବାସ ନିକଟରେ କିଛି ପ୍ରବାସୀ ଭାରତୀୟ ଏବଂ ବେଲୁଚିସ୍ତାନର ଅଧିବାସୀ ପାକିସ୍ତାନର ଏହିି ଆଚରଣକୁ ବିରୋଧ କରି ଆନ୍ଦୋଳନ କରିଛନ୍ତିା ଆନ୍ଦୋଳନକାରୀମାନେ ‘ଚପଲ ଚୋର ପାକିସ୍ତାନ’ ଲେଖା ଥିବା ଏକ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାକିସ୍ତାନ କୁଳଭୂଷଣଙ୍କ ପତ୍ନୀଙ୍କ ଜୋତା ରଖିବା ପ୍ରସଙ୍ଗରେ ପାକିସ୍ତାନକୁ ସଙ୍କୀର୍ଣ୍ଣମନା କହିବା ସହ ଏହା କିଭଳି ମାନବିକତା ହରାଇ ଏଭଳି କୁତ୍ସିତ କାମ କରିପାରିଲା ବୋଲି ଆନ୍ଦୋଳନକାରୀମାନେ ପ୍ରଶ୍ନ କରିଛନ୍ତ। ଉଲ୍ଲେଖଯୋଗ୍ୟ, କୁଳଭୂଷଣଙ୍କୁ ତାଙ୍କ ପତ୍ନୀ ଓ ମା’ଙ୍କ ସହ ସାକ୍ଷାତ ସୁଯୋଗ ଦେଇଥିବା ପାକିସ୍ତାନ ସାକ୍ଷାତ ପୂର୍ବରୁ ସେମାନଙ୍କ ମଙ୍ଗଳସୂତ୍ର, ଚୁଡ଼ି ଏବଂ ବିନ୍ଦି କାଢ଼ିନେଇଥିଲାା ଆହୁରି ମଧ୍ୟ କୁଳଭୂଷଣଙ୍କ ପତ୍ନୀଙ୍କ ଜୋତାରେ କ୍ୟାମେରା କିମ୍ବା ରେକର୍ଡିଂ ଚିଫ୍ ଥିବା କହି ଜୋତାକୁ ଜବତ କରି ଫରେନ୍ସିକ୍୍ ଯାଞ୍ଚ୍ ପାଇଁ ପଠାଇଥିଲା।
କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନର ଅପମାନର ପ୍ରତିବାଦ:ଆମେରିକାରେ ପାକ୍ ଦୂତାବାସ ନିକଟରେ ବିକ୍ଷୋଭ
/sambad/media/post_attachments/wp-content/uploads/2018/01/kulbhushan-jadhav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)