ଆତଙ୍କବାଦ ଓ ଗୁପ୍ତଚରବୃତ୍ତି ଅଭିଯୋଗରେ କୂଳଭୂଷଣଙ୍କ ବିଚାର ଚାଲିଛି : ପାକିସ୍ତାନି ଖବରକାଗଜ

ନୂଆଦିଲ୍ଲୀ: ପାକିସ୍ତାନି ଜେଲରେ ମୃତ୍ୟୁଦଣ୍ଡ ଅପେକ୍ଷାରେ ଥିବା ଭାରତୀୟ ନାଗରିକ କୂଳଭୂଷଣ ଯାଦବର ବିଚାର ଏବେ ଅଦାଲତରେ ଚାଲିଛି ବୋଲି ପାକିସ୍ତାନୀ ଖବରକାଗଜ ଦି ଡନ୍‌ ପ୍ରକାଶ କରିଛି । ତା ବିରୁଦ୍ଧରେ ଆତଙ୍କବାଦ ଓ ଗୁପ୍ତଚରବୃଦ୍ଧି ଅଭିଯୋଗ ଲଗାଯାଇଛି । ଅନ୍ୟପକ୍ଷରେ କୂଳଭୂଷଣକୁ ପାକିସ୍ତାନ ପଠାଇଥିବା ଓ ତାକୁ ସବୁପ୍ରକାରର ସହଯୋଗ କରୁଥିବା ଅଭିଯୋଗରେ ପ୍ରାୟ ୧୩ ଜଣ ଭାରତୀୟ ଅଧିକାରୀଙ୍କୁ ପଚରା ଉଚୁରା କରିବାପାଇଁ ପାକିସ୍ତାନ ଭାରତ ସରକାରଙ୍କୁ ଯେଉଁ ଅନୁରୋଧ କରିଛି ଭାରତ ସରକାର ତାହାକୁ ଶୁଣୁନାହାନ୍ତି ବୋଲି ପାକିସ୍ତାନର ଜଣେ ଅଧିକାରୀ କହିଛନ୍ତି । ଏହି ୧୩ ଜଣଙ୍କ ମଧ୍ୟରେ ଅଛନ୍ତି ଏନଏସଏ ଅଜିତ ଡୋଭାଲ ।

ଯେଉଁ ଭାରତୀୟ ଅଧିକାରୀମାନଙ୍କୁ ପଚରାଉଚୁରା କରିବାକୁ ପାକିସ୍ତାନ ଚାହୁଁଛି ସେମାନଙ୍କ ମଧ୍ୟରେ ଅଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ର’ ର ଜଣେ ପୂର୍ବତନ ଅଧ୍ୟକ୍ଷ । ଅର୍ଥାତ୍‌ ପାକିସ୍ତାନ ଏକ ଅସମ୍ଭବ କଥା କହୁଛି ଓ ଭାରତ ତାକୁ ପାଳନ କରୁନି ବୋଲି ଅଭିଯୋଗ କରୁଛି ବୋଲି କହିଛନ୍ତି ଜଣେ ଭାରତୀୟ ଅଧିକାରୀ ।

। ଗତବର୍ଷ ମାର୍ଚ୍ଚଠାରୁ ପାକିସ୍ତାନ ଭାରତୀୟ ନଗରିକ କୂଳଭୂଷଣ ଯାଦବଙ୍କୁ ଗୁପ୍ତଚରବୃତ୍ତି ଅଭିଯୋଗରେ ଇରାନ ସୀମାରୁ ଗିରଫ କରି ଜେଲରେ ରଖିଛି । ଗତ ଡିସେମ୍ବର ମାସ ଶେଷ ସପ୍ତାହରେ ପାକିସ୍ତାନ ପକ୍ଷରୁ ପ୍ରଥମ ଥର ପାଇଁ କୂଳଭୂଷଣଙ୍କ ମା ଓ ପତ୍ନୀଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଉଭୟ ମହିଳାଙ୍କୁ ପାକିସ୍ତାନ ସରକାରଙ୍କ ବ୍ୟବହାରକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଯାଇଥିଲା । ଏହା ମାନବ ଅଧିକାର ଓ ନାରୀ ସମ୍ମାନ ହାନୀ କରୁଛି ବୋଲି ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ସଂସଦରେ କହିଥିଲେ ।

ସମ୍ବନ୍ଧିତ ଖବର