ଇସଲାମାବାଦ୍ : ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ସାମ୍ନା କରୁଥିବା ପୂର୍ବତନ ଭାରତୀୟ ନୌସେନା କମାଣ୍ଡର କୁଳଭୂଷଣ ଯାଦବଙ୍କ ପାଇଁ ଏକ ଆଇନଜୀବୀ ନିଯୁକ୍ତ କରିବାକୁ ଆଜି ପାକିସ୍ତାନ ସରକାର ଇସ୍ଲାମାବାଦ୍ ହାଇକୋର୍ଟ ଯାଇଛନ୍ତି। ପାକ୍ ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏନେଇ ଇସଲାମାବାଦ୍ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ ହୋଇଛି। ପିଟିସନ୍ରେ ଯାଦବଙ୍କ ପାଇଁ ଜଣେ ଆଇନଜୀବୀ ନିଯୁକ୍ତ କରିବାପାଇଁ ଦର୍ଶାଯାଇଛି। ଏହାଦ୍ବାରା ଯାଦବ ତାଙ୍କ ମୃତ୍ୟୁଦଣ୍ଡାଦେଶ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ କରିପାରିବେ। ପାକିସ୍ତାନ କହିଛି ଯାଦବ ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ କରିବାପାଇଁ ଇଚ୍ଛୁକ ନଥିଲେ ମଧ୍ୟ ପାକ୍ ସରକାର ଯାଦବଙ୍କ ପାଇଁ ଆଇନଜୀବୀ ନିଯୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ତର୍ଜାତୀୟ ନ୍ୟାୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ପାକିସ୍ତାନ କାମ କରୁଛି ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଗତ କିଛି ଦିନ ତଳେ ପାକିସ୍ତାନ ଯାଦବଙ୍କୁ ୨ ଥର ଦୂତାବାସ ସହାୟତା ପ୍ରଦାନ କରିଥିଲା। ପୂର୍ବରୁ ୨୦୧୯ରେ ମଧ୍ୟ ଯାଦବଙ୍କୁ ଦୂତାବାସ ସହାୟତା ପ୍ରଦାନ କରାଯାଇଥିଲା।
କୁଳଭୂଷଣ ଯାଦବ ମାମଲା : ଆଇନଜୀବୀ ନିଯୁକ୍ତ କରିବାକୁ ଇସଲାମାବାଦ୍ ହାଇକୋର୍ଟ୍ ଗଲେ ପାକ୍ ସରକାର
/sambad/media/post_attachments/wp-content/uploads/2017/11/kulabhusan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)