ପାକିସ୍ତାନର କଥା କହିବା ପାଇଁ କୁଳଭୂଷଣଙ୍କୁ ବାଧ୍ୟ କରାଯାଇଥିଲା : ଭାରତ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ପାକିସ୍ତାନ ଆଜି କୁଳଭୂଷଣ ଯାଦବଙ୍କୁ ଦୂତାବାସ ସହାୟତା ବା କନସୁଲାର ଆକସେସ ପ୍ରଦାନ କରିଛି । ଇସ୍ଲାମାବାଦରେ ଥିବା ଭାରତୀୟ ହାଇକମିଶନର ଡେପୁଟୀ କନସୁଲେଟ ଜେନେରାଲ ଗୌରବ ଆଲୁଓ୍ଵାଲିଆ ଜେଲରେ ଯାଇ ଯାଦବଙ୍କୁ ଭେଟିଛନ୍ତି । ତେବେ ପାକିସ୍ତାନର ସର୍ତ୍ତ ମୁତାବକ ଏହି ଅବସରରେ ପାକିସ୍ତାନୀ ସରକାରଙ୍କ ଜଣେ ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରାୟ ୧ ଘଣ୍ଟାଧରି ଆଲୁଓ୍ଵାଲିଆ ଯାଦବଙ୍କ ସହ କଥାବାର୍ତ୍ତା କରିଥିଲେ ।

କିନ୍ତୁ ଏହି କଥାବାର୍ତ୍ତା ବେଳେ ଯାଦବ ପ୍ରବଳ ଚାପରେ ଥିଲେ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଯାଦବଙ୍କ କଥାବାର୍ତ୍ତାରୁ ଲାଗୁଥିଲା ଯେପରି ପାକିସ୍ତାନ ପକ୍ଷରୁ ତାଙ୍କ ଉପରେ ପ୍ରବଳ ଚାପ ପକାଯାଇଛି । ସେ ପାକିସ୍ତାନର କଥା ହିଁ କହୁଥିଲେ । ଇସ୍ଲାମାବାଦ ସ୍ଥିତ ଭାରତୀୟ ହାଇ କମିଶନରରୁ ରିପୋର୍ଟ ମିଳିବା ପରେ ଭାରତ ସରକାର ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର