ନୂଆଦିଲ୍ଲୀ: ପ୍ଲାଷ୍ଟିକର ବ୍ୟବହାରକୁୁ କମ କରିବା ପାଇଁ ପୂର୍ବରୁ ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ ଏବେ ଆଉ ଏକ ପଦକ୍ଷେପ ନେଇଛନ୍ତି। ଦେଶର ସମସ୍ତ ରେଳ ଷ୍ଟେସନରେ ଆଗକୁ ପ୍ଲାଷ୍ଟିକ କପ ବଦଳରେ ମାଟି କପରେ ମିଳିବ ଚା’। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ।

Advertisment

ରାଜସ୍ଥାନର ଅଲୱର ଜିଲ୍ଲାର ଧିଗୱାରା ରେଳ ଷ୍ଟେସନରେ ଉତ୍ତର ପଶ୍ଚିମ ରେଳବାଇ ଅଧୀନରେ ନୂତନ ବିଦ୍ୟୁତକରଣ ହୋଇଥିବା ଧିଗୱାରା-ବାଣ୍ଡିକୁଇ ବିଭାଗର ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ରେଳ ଷ୍ଟେସନରେ ପ୍ଲାଷ୍ଟିକ କପ ବଦଳରେ ମାଟି କପରେ ଚା’ ମିଳିବ ବୋଲି କହିଥିଲେ। ଏହି ପଦକ୍ଷେପ ପ୍ଲାଷ୍ଟିକମୁକ୍ତ ଭାରତ ପାଇଁ ରେଳବାଇର ଅବଦାନ ହେବ ବୋଲି ପୀୟୂଷ ଗୋୟଲ କହିଥିଲେ।

Environment-Friendly 'Kulhad' Will Replace Plastic Tea Cups At Railway  Stations Outlook India

"ଆଜି ଦେଶର ପ୍ରାୟ ୪୦୦ ରେଳ ଷ୍ଟେସନରେ ମାଟି କପରେ ଚା 'ଦିଆଯାଉଛି ଏବଂ ଭବିଷ୍ୟତରେ ଦେଶର ସମସ୍ତ ରେଳ ଷ୍ଟେସନରେ କେବଳ ମାଟି କପରେ ଚା’ ଦିଆଯିବ। ସେ ନେଇ ଆମେ ଯୋଜନା କରୁଛୁ। ପ୍ଲାଷ୍ଟିକମୁକ୍ତ ଭାରତ ଆଡକୁ ରେଳବାଇର ଏହା ଏକ ଅବଦାନ ହେବ। ଏହା ଦ୍ବାରା ପରିବେଶ ସୁରକ୍ଷିତ ରହିବା ସହ ଅନେକ ଲୋକ ରୋଜଗାର ପାଇବେ" ବୋଲି ସେ କହିଥିଲେ।