ଏକ କିଲୋଗ୍ରାମ ଘିଅର ଦାମ ଏକ କୋଟି ଟଙ୍କା: କୁମାର ବିଶ୍ୱାସଙ୍କ ଏହି କଥା ପଛର ରହସ୍ୟ କଣ?

ନୂଆଦିଲ୍ଲୀ: ଜଣାଶୁଣା କବି ତଥା ପୂର୍ବତନ ଆପ ନେତା କୁମାର ବିଶ୍ୱାସଙ୍କୁ ତ ଆପଣ ଜାଣିଥିବେ | ସେ ସୋସିଆଲ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହିଥାନ୍ତି ଏବଂ ଅନେକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରନ୍ତି | ଦିନେ ସେ ଆମ୍ ଆଦମୀ ପାର୍ଟିର ଜଣେ ପ୍ରମୁଖ ନେତା ତାଲିକାରେ ଥିଲେ କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସହ ମତଭେଦ ପରେ ସେ ଆପ ଛାଡିଦେଇଥିଲେ | ତେବେ ଏହା ପରେ ସେ ବିଭିନ୍ନ ଢଙ୍ଗରେ ଓ ଅନେକ ସମୟରେ ଆପକୁ ଟାର୍ଗେଟ ମଧ୍ୟ କରିଥାନ୍ତି | ତେବେ ବର୍ତ୍ତମାନ ସେ ଏଭଳି ଏକ ଟ୍ୱିଟ କରିଛନ୍ତି ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ବାସ୍ତବରେ, ଜଣେ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ଟୁଇଟ୍ କରି ପଚାରିଥିଲେ ଆପଣଙ୍କ ସହରରେ ଘିଅର ମୂଲ୍ୟ କ’ଣ? ଲୋକମାନେ ଏହି ଟ୍ୱିଟରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ ।


ଏଭଳି ପରିସ୍ଥିତିରେ କୁମାର ବିଶ୍ୱାସ ମଧ୍ୟ ସେହି ଟୁଇଟର ଜବାବ ଦେଇ ଲେଖିଛନ୍ତି, “ଦକ୍ଷିଣ ଦିଲ୍ଲୀରେ ଏକ କିଲୋ ଘିଅର ଦାମ ଏକ କୋଟି ଟଙ୍କାରେ ବିକ୍ରି ହେଉଛି’ | ତେବେ ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି ? ବାସ୍ତବରେ କି ଏହା ପଛରେ ଏକ ରିପୋର୍ଟ ମଧ୍ୟ ରହିଛି | ଯେଉଁଥିରେ ଦିଲ୍ଲୀର ମାଣ୍ଡୋଲି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖର ସହ ସମ୍ପର୍କ ରହିଛି | କାରଣ ସୁକେଶ କିଛିଦିନ ତଳେ କହିଥିଲା ଯେ ଦିଲ୍ଲୀ ସରକାର ଏବଂ ଦକ୍ଷିଣ ଭାରତର ମଦ ଦଲାଲଙ୍କ ମଧ୍ୟରେ ସମ୍ପର୍କ ରହିଛି | ଆଉ କେଜ୍ରିୱାଲ ୧୫ କୋଟି ଟଙ୍କା ଟିଆରଏସ(ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି) ଅଫିସରେ ପହଞ୍ଚାଇବାକୁ କହିଥିଲେ | ଏଥିପାଇଁ କୋଡ୍ ୱାର୍ଡ ଭାବରେ ୧୫ କିଲୋଗ୍ରାମ ଘିଅ ବ୍ୟବହାର କରାଯାଇଥିଲା | ତେଣୁ ଏହାକୁ ନେଇ କୁମାର ଏକ କିଲୋଗ୍ରାମକୁ ୧ କୋଟି ସହ ତୁଳନା କରି ଟ୍ୱିଟ କରିଥିଲେ ବୋଲି କୁହାଯାଉଛି |

ସମ୍ବନ୍ଧିତ ଖବର