ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ହଙ୍ଗାମା ଭିତରେ ଆଜି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। କୁମାରସ୍ବାମୀ କହିଛନ୍ତି ମୋ ପାଖରେ କ୍ଷମତାରେ ରହିବାକୁ ପର୍ଯ୍ୟାପ୍ତ ବିଧାୟକ ରହିଥିବାରୁ ମୁଁ ଇସ୍ତଫା ଦେବିନାହିଁ। ଏଭଳି ରାଜନୈତିକ ସଙ୍କଟ ପୂର୍ବରୁ ମଧ୍ୟ ୟେଦୁରପ୍ପା ସରକାର ଅମଳରେ ହୋଇଛି ଏବଂ ସେତେବେଳେ ସେ ଇସ୍ତଫା ଦେଇନଥିଲେ। ବର୍ତ୍ତମାନର ଘଟଣାକ୍ରମ କର୍ଣ୍ଣାଟକ ପାଇଁ କିଛି ନୂଆ ନୁହେଁ, ଏବଂ ଏଥିପାଇଁ ମୁଁ କାହିଁକି ଇସ୍ତଫା ଦେବି ବୋଲି କୁମାରସ୍ବାମୀ ପ୍ରଶ୍ନ କରିଛନ୍ତି। ୧୮ ଜଣ ବିଧାୟକଙ୍କ ଇସ୍ତଫା ପରେ ସରକାର ସଂଖ୍ୟାଲଘୁ ହୋଇଯାଇଥିବା ସଂପର୍କରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ ସଂଖ୍ୟାଲଘୁ ସରକାର ଚାଲିବାର ଅନେକ ଉଦାହରଣ ରହିଛି ଏବଂ ଏଥିପାଇଁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ ନାହିଁ। ଅନ୍ୟପକ୍ଷରେ ଜେଡିଏସ୍ର ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦଳ ପ୍ରୟାସ ଆରମ୍ଭ କରିଛି ବୋଲି କୁମାରସ୍ବାମୀ କହିଛନ୍ତି।
ମୁଁ ଇସ୍ତଫା ଦେବିନାହିଁ, ଏଚ୍ଡି କୁମାରସ୍ବାମୀ
/sambad/media/post_attachments/wp-content/uploads/2019/07/k-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)