ହରିୟାଣା କଂଗ୍ରେସ ମୁଖ୍ୟ ହେଲେ କୁମାରୀ ‌ସେଲଜା, ହୁଦା ନିର୍ବାଚନ ପ୍ରଚାର କମିଟି ମୁଖ୍ୟ

ନୂଆଦିଲ୍ଲୀ : ଆଗକୁ ହରିୟାଣା ବିଧାନସଭା ନିର୍ବାଚନ ଥିବ‌ାବ‌େଳେ କଂଗ୍ରେସ ଆଜି କେତେକ ସାଂଗଠନିକ ପରିବର୍ତ୍ତନ କରିଛି। ହରିୟାଣା ପ୍ରଦେଶ କଂଗ୍ରେସ ସଭାପତି ଭାବେ କୁମାରୀ ସେଲଜା ଦାୟିତ୍ବ ନେଇଛନ୍ତି। ଅଶୋକ ତନୱରଙ୍କ ସ୍ଥାନରେ କୁମାରୀ ସେଲଜାଙ୍କୁ ନୂଆ କଂଗ୍ରେସ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଦା‌ଙ୍କୁ ନିର୍ବାଚନ ପରିଚାଳନା କମିଟିର ମୁଖ୍ୟ ଭାବେ ମଧ୍ୟ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର