କୃଷିଋଣ ଛାଡ଼ ପାଇଁ ଖର୍ଚ୍ଚକାଟ କଲେ କୁମାରସ୍ୱାମୀ

ବେଙ୍ଗାଲୁରୁ: ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟରେ କୃଷିଋଣ ଛାଡ଼ ଏକ ବଡ଼ ପ୍ରସଙ୍ଗ ହୋଇଥିବାରୁ ଆଗାମୀ ୧୫ ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ଆଶ୍ୱାସନା ଦେଇଛନ୍ତି। ତେବେ, ଏହି ଋଣ ଛାଡ଼ ପାଇଁ ଆବଶ୍ୟକୀୟ ଅର୍ଥ ପୂରଣ ନିମନ୍ତେ କ୍ୟବିନେଟ ମନ୍ତ୍ରୀମାନଙ୍କର କାର୍ଯ୍ୟାଳୟ ନବୀକରଣ ଓ ନୂତନ ଗାଡ଼ି ଭଳି ଅଯଥା ଖର୍ଚ୍ଚ ଗୋଟିଏ ବର୍ଷ ପାଇଁ କରାଯାଇପାରିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର