ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାର ସ୍ୱାମୀ ଏକ ମଞ୍ଚରେ ପୁଅର ହାର ପାଇଁ ଭାବୁକ ହୋଇପଡିଥିଲେ | ମାଣ୍ଡ୍ୟା ଲୋକସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ତାଙ୍କ ପୁଅ ହାରି ଯାଇଥିବାରୁ ଭାବୁକ ହୋଇ କାନ୍ଦିପଡ଼ିଥିଲେ କୁମାର ସ୍ୱାମୀ | କଂଗ୍ରେସ ସହ ମେଣ୍ଟ ହୋଇଥିବା ସରକାରରେ କୁମାର ସ୍ୱାମୀ ମୁଖ୍ୟମନ୍ତ୍ରୀ ଥିଲେ |

Advertisment


ତେବେ ଏହି ମଞ୍ଚରେ ସେ କହିଛନ୍ତି ଯେ ତାଙ୍କର ରାଜନୀତି କରିବା ଆବଶ୍ୟକ ନାହିଁ | ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବି ଆବଶ୍ୟକ ନାହିଁ | ତାଙ୍କୁ କେବଳ ଲୋକଙ୍କର ଭଲ ପାଇବା ଆବଶ୍ୟକ | ସେ କହିଥିଲେ ଯେ ମୁଁ ଚାଁହୁନଥିଲି ଯେ ମୋ ପୁଅ ମାଣ୍ଡ୍ୟାରୁ ନିର୍ବାଚନ ଲଢୁ | କିନ୍ତୁ ମାଣ୍ଡ୍ୟାର ଲୋକ ମୋ ପୁଅ ନିର୍ବାଚନ ଲଢୁ ବୋଲି ଚାହିଁଥିଲେ |

କିନ୍ତୁ ପରେ ଲୋକମାନେ ପୁଅକୁ ସମର୍ଥନ କରିନଥିଲେ | ଯାହାକି ତାଙ୍କୁ କଷ୍ଟ ଦେଇଛି | ଏଠାରେ ସୂଚନା ଥାଉ କି ଗତ ମାସରେ ହୋଇଥିବା ଉପନିର୍ବାଚନରେ କୁମାର ସ୍ୱାମୀଙ୍କ ପୁଅ ନିଖିଳ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ନିକଟରୁ ହାରିଯାଇଥିଲେ |