ବିହାରରେ ଚମକୀ ଜ୍ୱର ଯୋଗୁଁ ପ୍ରାଣ ହରାଇଥିବା ଶିଶୁଙ୍କ ସଂଖ୍ୟା ଶହେ ଟପିଛି , କୁମାର ବିଶ୍ବାସ ଟୁଇଟ୍ କରି ଲେଖିଲେ ଏହି କଥା
ମୁଜଫରପୁର: ବିହାରର ମୁଜଫରପୁରରେ ସନ୍ଦିଗ୍ଧ ଆକ୍ୟୁଟ୍ ଇନ୍ସେ ଫଲାଇଟିସ୍ ସିଣ୍ଡ୍ରୋମ୍(ଏଇଏସ୍)ଅର୍ଥାତ୍ ଚମକୀ ଜ୍ୱର ଯୋଗୁଁ ପ୍ରାଣ ହରାଇଥିବା ଶିଶୁଙ୍କ ସଂଖ୍ୟାଏବେ ଶହେ ଟପିଗଲାଣି। ମୁଜଫରପୁର ଦିଲ୍ଲୀର ଶ୍ରୀକୃଷ୍ଣା ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲରେ ମଧ୍ୟ ଏବେ ବି ୯୦ ଜଣ ଶିଶୁଙ୍କର ଚିକିତ୍ସା ଜାରି ରହିଛି। ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇବାରେ ନୀତିଶ କୁମାରଙ୍କ ସରକାର ହୋଇଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାକୁ ନେଇ ପୂର୍ବତନ ଆମଆଦମି ପାର୍ଟି ନେତା ତଥା ବିଖ୍ୟାତ କବି କୁମାର ବିଶ୍ବାସ କଟାକ୍ଷ ଟୁଇଟ୍ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଯେ ଟୁଇଟ କରି ଲେଖିଛନ୍ତି ଯେ ସ୍କୋର ୯୦ ପ୍ଲସ୍ ହୋଇଗଲା । ଚିକିତ୍ସାର ସାଧାରଣ ଅଭାବ ହେତୁ ଏକ ଜିଲ୍ଲା ଡାକ୍ତରଖାନାରେ ଭାରତର ଭବିଷ୍ୟମାନଙ୍କର ପ୍ରାଣହାନି ଘଟୁଛି। ଭବିଷ୍ୟ ବ୍ୟତୀତ ସବୁ ଦଳ –ନେତା ଜିତୁଛନ୍ତି। ନିହାତି ଅଣ ଜରୁରୀ ପ୍ରସଙ୍ଗରେ ଏହା ରାଜନୀତି ଖେଳ ,ଖେଳି ଚାଲନ୍ତୁ ,ଯେଉଁ ସମୟ ଯାଏଁ ଶେଷ ଆଶା ବୋଲ୍ଡ ନ ହେଉଛି।
स्कोर 90 Plus हो चुका है ! इलाज की सामान्य सुविधाओं के अभाव में, एक जिला अस्पताल में, भारत के नौनिहालों की मौत का ! हर दल-नेता जीत रहा है, भविष्य के अलावा ! निहायत ग़ैर ज़रूरी मुद्दों का यह सियासी खेल,यूँ ही खेलते रहिए जब तक आख़री उम्मीद बोल्ड न हो जाए
— Dr Kumar Vishvas (@DrKumarVishwas) June 16, 2019
ଏହି ରୋଗ ସଂପର୍କରେ ବିଶେଷ ତଦନ୍ତ କରାଯିବା ପରେ ଜଣାଗଲା ଯେ ଅଧିକାଂଶ ଶିଶୁଙ୍କର ମୃତ୍ୟୁ ହାଇପୋଗ୍ଲାଇସିମିୟା(ହଠାତ୍ ଶରୀରରେ ସୁଗାରର ମାତ୍ରା କମିଯିବା)କାରଣରୁ ହୋଇଛି। ତା’ପୂର୍ବରୁ କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଥିଲେ ଯେ ମୁଜଫରପୁର ଆଖପାଖରେ ଲିଚୁ ଗଛରେ ଫଳୁଥିବା ଲିଚୁରେ ବିଷାକ୍ତତତ୍ତ୍ୱ ରହିଛି। ଏହାକୁ ଖାଇବା ଯୋଗୁଁ ଶିଶୁମାନେ ଅସୁସ୍ଥ ହୋଇ ମୃତ୍ୟୁବରଣ କରୁଛନ୍ତି।