ଦେଶରେ ପ୍ରଥମ ‘ସାନିଟାରି ନାପ୍‌କିନ୍‌’ ମୁକ୍ତ ଗାଁ ହେବ କେରଳର କୁମ୍ବଲଙ୍ଗୀ ଗାଁ

ତିରୁବନନ୍ତପୁରମ୍‌: କେରଳର ଏର୍ଣ୍ଣାକୁଲମ୍‌ ଅନ୍ତର୍ଗତ କୁମ୍ବଲଙ୍ଗୀ ଗାଁ ଭାରତର ସର୍ବ ପ୍ରଥମ ‘ସାନିଟାରି ନାପ୍‌କିନ୍‌’ ମୁକ୍ତ ଗାଁ ହେବ। ଆଜି କେରଳର ରାଜ୍ୟପାଳ ଆରିଫ୍‌ ମହମ୍ମଦ୍ ଖାଁ ଏହା ଘୋଷଣା କରିବେ। ଏହା ହେଉଛି ଏର୍ଣ୍ଣାକୁଲମ୍‌ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଅଭିନବ ଅଭିଯାନର ଅଂଶବିଶେଷ।

ଦେଶର ପ୍ରଥମ ଆଦର୍ଶ ପର୍ଯ୍ୟଟନ ଗ୍ରାମ ମାନ୍ୟତା ପ୍ରାପ୍ତ ଦ୍ବୀପ ଗ୍ରାମ କୁମ୍ବଲଙ୍ଗୀରେ ଉପରୋକ୍ତ ଅଭିଯାନରେ ୧୮ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ସମୁଦାୟ ୫୦୦୦ ‘ମେନ୍‌ଷ୍ଟ୍ରୁଆଲ୍‌ କପ୍‌’ ବଣ୍ଟନ କରାଯିବ।

ସାଂସଦ ହିବି ଇଡେନ୍‌ କହିଛନ୍ତି, ଏହି ପ୍ରକଳ୍ପ ହେଉଛି ‘ଅବାଳକ୍ୟୟି) (ତାଙ୍କ ପାଇଁ) ଯୋଜନାର ଅଂଶବିଶେଷ। ଏହି ଉପକ୍ରମର ଅନ୍ୟାନ୍ୟ ଅଂଶୀଦାରମାନେ ହେଲେ ‘ଏଚ୍‌ଏଲ୍‌ଏଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ଏକାଡେମି’ ଏବଂ ‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍’।

Image Courtesy of India Today

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ରାଜ୍ୟପାଳ ମଧ୍ୟ କୁମ୍ବଲଙ୍ଗୀକୁ ଭାରତର ପ୍ରଥମ ଆଦର୍ଶ ପର୍ଯ୍ୟଟନ ଗାଁ ବୋଲି ଘୋଷଣା କରିବେ। ‘ପ୍ରଧାନମନ୍ତ୍ରୀ ସଂସଦ ଆଦର୍ଶ ଗ୍ରାମ ଯୋଜନା’ ଜରିଆରେ ଏହି ଆଦର୍ଶ ଗ୍ରାମ ପ୍ରକଳ୍ପ ପ୍ରବର୍ତ୍ତନ କରାଯାଇଛି। କୋଚିରେ ପର୍ଯ୍ୟଟକଙ୍କ ନିମ‌ନ୍ତେ ଅନ୍ୟତମ ପ୍ରଧାନ ଆକର୍ଷଣ କୁମ୍ବଲଙ୍ଗୀରେ ନୂଆ ପର୍ଯ୍ୟଟକ ସୂଚନା କେନ୍ଦ୍ରଟିଏ ମଧ୍ୟ ସ୍ଥାପନ କରାଯିବ।

ଆଦର୍ଶ ଗ୍ରାମ ପ୍ରକଳ୍ପର ଅଂଶବିଶେଷ ଭାବେ ୨୦୦୩ରେ କେରଳ ସରକାର ଗ୍ରାମ ଚୟନ କରିବା ବେଳେ ପ୍ରଥମେ କୁମ୍ବଲଙ୍ଗୀକୁ ବଛା ଯାଇଥିଲା। କୋଚିନ୍‌ ଆନ୍ତର୍ଜାତିକ ବିମାନ ବନ୍ଦର ଠାରୁ ୩୫ କିଲୋମିଟର୍‌ ଦୂରରେ କଳାପାଣି ବେଷ୍ଟିତ ଏହି ଗ୍ରାମରେ ୧,୨୦,୦୦୦ ବାସିନ୍ଦା ରହନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି, ମତ୍ସ୍ୟଜୀବୀ, କୃଷକ, ଶ୍ରମଜୀବୀ, ଚମାର ଓ ନଡ଼ିଆକତା ବୁଣାଳି।

ସମ୍ବନ୍ଧିତ ଖବର