ଡେରାଡୁନ୍: ୨୦୨୧ କୁମ୍ଭମେଳା ସମୟରେ ସୁରକ୍ଷା ଦେବା ଏବଂ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ହରିଦ୍ୱାରରେ ‘ନ୍ୟାସ୍ନାଲ୍ ସିକ୍ୟୁରିଟି ଗାର୍ଡ’ଙ୍କୁ (ଏନ୍ଏସ୍ଜି) ମୁତୟନ କରାଯିବ। ବୁଧବାର ଦିନ ଉତ୍ତରାଖଣ୍ଡ ପୁଲିସ ଏକଥା ଘୋଷଣା କରିଛି।
କୁମ୍ଭମେଳାରେ ‘ଏନ୍ଏସ୍ଜି’ ମୁତୟନ କରାଯିବା କଥା ଏନ୍ଏସ୍ଜି (ଆଇଜି ଅପରେସନ୍ସ୍) ମେଜର୍ ଜେନେରାଲ୍ ଭିଏସ୍ ରାଣାଡ଼େ ଏବଂ ଉତ୍ତରାଖଣ୍ଡ ପୁଲିସ କମିସନର୍ ଅଶୋକ କୁମାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଅଶୋକ କୁମାର କହିଛନ୍ତି ଯେ, ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ କୁମ୍ଭମେଳାରେ ‘ଏନ୍ଏସ୍ଜି’ର ଦୁଇଟି ଟିମ୍ ମୁତୟନ କରାଯିବ। ‘ଏନ୍ଏସ୍ଜି’ ଟିମ୍ ଆମ ‘ଆଣ୍ଟି-ଟେରରିଷ୍ଟ୍ ସ୍କ୍ଵାଡ୍’ଙ୍କୁ ମଧ୍ୟ ତାଲିମ ଦେବେ।
/sambad/media/post_attachments/wp-content/uploads/2021/01/nsg1.jpg) Image Courtesy of Yahoo News
 Image Courtesy of Yahoo Newsକୋଭିଡ୍-୧୯ ମହାମାରୀ ଚାଲିଥିବାରୁ ହରିଦ୍ୱାରରେ ହେବାକୁ ଥିବା କୁମ୍ଭମେଳାରେ ଜନ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ବନ୍ଦୋବସ୍ତ ସଂକ୍ରାନ୍ତ ପ୍ରସ୍ତାବିତ ଯୋଜନା ଉପସ୍ଥାପନ କରିବାକୁ ଉତ୍ତରାଖଣ୍ଡ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି।
ସ୍ମରଣଯୋଗ୍ୟ, ମହାମାରୀ ଯୋଗୁଁ ଏଥର ହରିଦ୍ୱାର କୁମ୍ଭମେଳା ସାଢ଼େ ତିନି ମାସ ପରିବର୍ତ୍ତେ ୪୮ ଦିନ ଧରି ଚାଲିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/nsg.jpg)
