ଡେରାଡୁନ: କରୋନା ଭୂତାଣୁ ପାଇଁ ବଦଳିଲା ନିୟମ। ଚଳିତ ବର୍ଷ କେବଳ ଗୋଟେ ମାସ ପାଇଁ ଅନୁଷ୍ଠିତ ହେବ କୁମ୍ଭମେଳା। କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ହରିଦ୍ୱାରରେ କୁମ୍ଭମେଳାର ଅବଧି ମାତ୍ର ଏକ ମାସ ମଧ୍ୟରେ ସୀମିତ ରଖାଯାଇଛି, ଯାହାକି ଇତିହାସରେ ପ୍ରଥମ । ଏହା ସହ କୁମ୍ଭମେଳାକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ନେଗେଟିଭ ଆରଟି-ପିସିଆର ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ଉତ୍ତରାଖଣ୍ଡର ହରିଦ୍ୱାରରେ ଥିବା ଗଙ୍ଗା କୂଳରେ ଏପ୍ରିଲ ୧ରୁ ୩୦ପର୍ଯ୍ୟନ୍ତ କୁମ୍ଭମେଳା ହେବ ଏବଂ ଏପ୍ରିଲ ୧୨, ୧୪ ଏବଂ ୨୭ରେ ତିନୋଟି “ଶାହି ସ୍ନାନ” (ମୁଖ୍ୟ ସ୍ନାନ) ହେବ। ୧୨ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି କୁମ୍ଭମେଳା ସାଧାରଣତଃ ସାଢ଼େ ତିନି ମାସ ଧରି ଚାଲିଥାଏ। ୨୦୧୦ରେ ଶେଷ ଥର ପାଇଁ କୁମ୍ଭମେଳା ଅନୁଷ୍ଠିତ ହୋଇଥିବା ବେଳେ ଜାନୁଆରି ୧୪ରୁ ଏପ୍ରିଲ ପର୍ଯ୍ୟନ୍ତ ଚାଲିଥିଲା।
/sambad/media/post_attachments/wp-content/uploads/2019/02/AP19035317554684-768x516.jpg)
ତେବେ କୁମ୍ଭମେଳାକୁ ଆରମ୍ଭ ହେବାର ୭୨ଘଣ୍ଟା ପୂର୍ବରୁ ପରୀକ୍ଷା କରାଯାଇଥିବା ନେଗେଟିଭ ଆରଟି-ପିସିଆର ପରୀକ୍ଷା ରିପୋର୍ଟ ଦାଖଲ ଭକ୍ତଙ୍କ ପାଇଁ ବାଧ୍ୟତାମୂଳକ କରିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ । କୋଭିଡ୍-୧୯ ଟିକାକରଣ କରିଥିବା ଭକ୍ତମାନଙ୍କୁ ସେମାନଙ୍କର ସାର୍ଟିଫିକେଟ୍ ଏକ ଅଫିସିଆଲ୍ ପୋର୍ଟାଲରେ ଅପଲୋଡ୍ କରିବାକୁ ପଡିବ ଏବଂ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ।