ଏଥର କୁମ୍ଭମେଳା ମାତ୍ର ୪୫ ଦିନ ପାଇଁ ହେବ

ହରିଦ୍ବାର : ଚଳିତ ବର୍ଷ କୁମ୍ଭମେଳା ଉତ୍ତରାଖଣ୍ଡର ହରିଦ୍ବାରରେ ଅନୁଷ୍ଠିତ ହେବ । ଏହା କଡ଼ା କରୋନା କଟକଣା ମଧ୍ୟରେ ହେବ । ପାରମ୍ପରିକ ଭାବେ କୁମ୍ଭ ମେଳା ସାଢେ ୩ ମାସ ପାଇଁ ହୋଇଥାଏ । କିନ୍ତୁ ଏଥର କରୋନା କଟକଣା ପାଇଁ ମେଳାର ଅବଧିକୁ ୪୫ ଦିନରେ ସୀମିତ ରଖାଯାଇଛି ।

ଉତ୍ତରାଖଣ୍ଡର ନଗର ଉନ୍ନୟନ ମନ୍ତ୍ରୀ ମଦନ କୌଶିକ କହିଛନ୍ତି ଯେ କୁମ୍ଭମେଳାକୁ  ଆସୁଥିବା ଭକ୍ତମାନେ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ପଂଜୀକରଣ କରିବେ ଓ ରାଜ୍ୟର ଯେକୌଣସି ସ୍ବାସ୍ଥ୍ୟ କେନ୍ଦ୍ରରୁ ପ୍ରାପ୍ତ ମେଡିକାଲ ପ୍ରମାଣପତ୍ର ହାସଲ କରିବା ବାଧ୍ୟତାମୂଳକ ହେବ । ସେହିପରି ଶ୍ରଦ୍ଧାଳୁମାନଙ୍କୁ କେବଳ ସ୍ନାନ ପର୍ଯ୍ୟନ୍ତ ମେଳା ପରିସରରେ ରହିବାକୁ ଅନୁମତି ଦିଆଯିବ । କୁମ୍ଭମେଳା ପାଇଁ ଉତ୍ତରାଖଣ୍ଡ ସରକାର ଫେବ୍ରୁଆରିରେ ବିଜ୍ଞପ୍ତି ଜାରି କରିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ କୁମ୍ଭମେଳାରେ ଯୋଗ ଦେବାକୁ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ଆସିବାର ସମ୍ଭାବନା ଥିବାରୁ  ତାହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ କେତେକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଯିବ । ଏହା ସହିତ ହରିଦ୍ବାର ରେଳଷ୍ଟେସନର ନବୀକରଣ କାର୍ଯ୍ୟ କରାଯାଉଛି ।

କୁମ୍ଭମେଳାକୁ ବିଶ୍ବର ବୃହତ୍ତମ ଧାର୍ମିକ ସମାବେଶ ବୋଲି କୁହାଯାଏ ।

 

ସମ୍ବନ୍ଧିତ ଖବର