ନୂଆଦିଲ୍ଲୀ: ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳାରେ କିଛିଦିନ ତଳେ ଦଳାଚକଡ଼ା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦୁଃଖଦ ଘଟଣାକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଏହି କ୍ରମରେ ସାମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ ପ୍ରୟାଗରାଜ ସଙ୍ଗମରେ ସୃଷ୍ଟି ହୋଇଥିବା ଦଳାଚକଡା ପରିସ୍ଥିତିକୁ ନେଇ ଉତ୍ତରପ୍ରଦେଶ ସରକାର ଉପରେ ବଡ଼ ଅଭିଯୋଗ କରିଛନ୍ତି।
ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଫେବ୍ରୁଆରି ୩ ତାରିଖ ସୋମାବର ସଂସଦ ଭବନରେ କହିଛନ୍ତି, ‘‘ଦଳାଚକଡା ପରିସ୍ଥିତିରେ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ମୃତଦେହକୁ ନଦୀରେ ଫିଙ୍ଗି ଦିଆଯାଇଛି। ଯଦ୍ବାରା ପାଣି ପ୍ରଦୂଷଣ ହୋଇଛି। ମୋ ମତରେ ସମ୍ପ୍ରତି କୁମ୍ଭରେ ହିଁ ସବୁଠାରୁ ଦୂଷିତ ପାଣି ଅଛି। ଏଥିପାଇଁ କେହି ସଫେଇ ଦେବା ପାଇଁ ସାମ୍ନାକୁ ଆସୁ ନାହାନ୍ତି।
ମୌନୀ ଅମାବାସ୍ୟା ଦିନ ଅମୃତ ସ୍ନାନ ପାଇଁ ଲୋକଙ୍କ କୁମ୍ଭମେଳାରେ ପ୍ରବଳ ଭିଡ଼ ଜମିଥିଲା। ବିଳମ୍ବିତ ରାତିରେ ବୁଡ ପକାଇବା ବେଳେ ଦଳାଚକଡ଼ା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ପରିସ୍ଥିତିରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଥିବା ୫୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/03/nr1F479ZMYMuU7itsOUo.jpg)