କୁମ୍ଭମେଳା ୨୦୧୯: ସ୍ନାନ ପର୍ବ ପାଖାପାଖି ବିବାହ ମନା

ପ୍ରୟାଗରାଜ: ଜାନୁଆରି ମାସରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ଐତିହାସିକ ‘କୁମ୍ଭମେଳା’। ଏହି ସମୟରେ ବିଭିନ୍ନଆଡୁ ଶ୍ରଦ୍ଧାଳୁମାନେ ମେଳା ଦେଖିବାକୁ ଆସିଥାନ୍ତି। ମେଳା ସମୟରେ ସହରବାସୀ ବାହରୁ ଆସୁଥିବା ପର୍ଯ୍ୟଟଙ୍କର ବିଶେଷ ଧ୍ୟାନ ମଧ୍ୟ ନେଇଥାନ୍ତି। ମାତ୍ର ଚଳିତବର୍ଷର କୁମ୍ଭମେଳା ସମୟରେ ବିବାହ ମନା, ଯଦିଓ କୁମ୍ଭମେଳା ହେବାକୁ ଥିବା ଜାନୁଆରି ୧୫ ତାରିଖରୁ ମାର୍ଚ ୪ ତାରିଖ ମଧ୍ୟରେ ଗୁଡ଼ାଏ ବାହା ତିଥି ରହିଛି।

ସୂଚନା ରହିଛି ଯେ ଏହି କୁମ୍ଭମେଳା ସମୟରେ ସେଠାରେ ବିବାହ ହେବ ନାହିଁ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ମେଳା ଚାଲୁଥିବା ହେତୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିବ ବୋଲି ଆଶା କରାଯାଉଛି। ବିଶେଷ କରି ଏହି ସମୟରେ ଗେଷ୍ଟ୍‍ ହାଉସ୍‌ଗୁଡ଼ିକ ପ୍ରବଳରୁ ଅତିପ୍ରବଳ ଭିଡ଼ ରହିଥାଏ। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ବିବାହ ଲଗ୍ନଗୁଡ଼ିକ ପ୍ରାୟତଃ କୁମ୍ଭ ମେଳାର ସ୍ନାନ ପର୍ବ ପାଖାପାଖି ରହଛି। ସ୍ନାନ ପର୍ବ କିମ୍ବା ତା’ର ଠିକ ପୂର୍ବ କି ପରଦିନ ବିବାହ ତାରିଖ ନ ଧାର୍ଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଛି।

ପ୍ରଶାସନ ପକ୍ଷରୁ ସ୍ନାନ ପର୍ବର ଦିନେ ପୂର୍ବରୁ ଓ ପରେ ଗେଷ୍ଟ୍‍ ହାଉସ୍‌ଗୁଡ଼ିକ ବୁକ୍‌ ନକରିବା ପାଇଁ କୁହାଯାଇଛି। ଏ ନେଇ ଗେଷ୍ଟ୍‍ ହାଉସ ସଂଚାଳକ ଓ ପ୍ରଶାସନ ଅଧିକାରୀ ମଧ୍ୟରେ ଏକ ବୈଠକ ମଧ୍ୟ ଆୟୋଜିତ ହୋଇଥିଲା। ବିଶେଷ କରି କୁମ୍ଭମେଳାର ସ୍ନାନ ପର୍ବ ସମୟରେ କୌଣସି ବିବାହ କାର୍ଯ୍ୟ ପାଇଁ ହୋଟେଲ୍‌ କିମ୍ବା ଗେଷ୍ଟ୍‍ ହାଉସ୍‌ ବୁକ୍‌ କରାଯିବ ନାହିଁ ବୋଲି ସଂଚାଳକଙ୍କ ପକ୍ଷରୁ ସୂଚନା ରହିଛି।

ସମ୍ବନ୍ଧିତ ଖବର