ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ହାସ୍ୟାଭିନେତା କୁନାଲ୍‌ କାମ୍‌ରା ଶୁକ୍ରବାର ମାଡ୍ରାସ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ତାମିଲନାଡୁର ଭିଲ୍ଲୁପୁରମର ବାସିନ୍ଦା ଏହି ହାସ୍ୟ ଅଭିନେତା ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଛନ୍ତି। ମୋ ଜୀବନ ପ୍ରତି ବିପଦ ଅଛି । ମୁମ୍ବାଇ ଗଲେ ମୋତେ ମାରିଦିଆଯିବ । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ କୁନାଲ କାମରା । 

ଗତ ସପ୍ତାହରେ ଶିନ୍ଦେଙ୍କ ଉପରେ ବ୍ୟଙ୍ଗ କରି ଫସିଥିଲେ କାମ୍‌ରା। କାମ୍ରାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ତେବେ ଆବେଦନରେ ସେ ନିଦ୍ଧିଷ୍ଟଭାବେ ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀ ନାଁ ନେଇ ଅଭିଯୋଗ କରିଛନ୍ତି । ଏବେ ସୁଦ୍ଧା ୮ଶହରୁ ଅଧିକ ଥର ତାଙ୍କୁ ହତ୍ୟା କରାଯିବାକୁ ଧମକ ମିଳୁଥିବା ନିଜ ଆବେଦନରେ ଦର୍ଶାଇଛନ୍ତି କୋର୍ଟ । ତେବେ ଗିରଫଦାରୀରୁ ବଞ୍ଚିବା ପାଇଁ କୁନାଲ ଆବେଦନ କରିଛନ୍ତି କିନ୍ତୁ ଯାହାବି ହେଉ କୁନାଲଙ୍କୁ ସିନ୍ଦେଙ୍କୁ କ୍ଷମା ମାଗିବାକୁ ପଡିବ ବୋଲି ଶିବସେନା କହିଛି।

ହାସ୍ୟ କଳାକାର କୁନାଲ କାମ୍‌ରା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ଦେଇଥିବା ‘ଗଦ୍ଦାର’ ଟିପ୍ପଣୀ ପାଇଁ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇ ଉଠିଛି।