ମୋଦୀଙ୍କ ପାଇଁ ଗୀତ ଗାଇଥିବା ଶିଶୁଙ୍କ ଭିଡିଓ ବିକୃତ କରି ଅଡ଼ୁଆରେ କୁନାଲ କାମ୍‌ରା, ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ

ନୂଆଦିଲ୍ଲୀ : ବର୍ଲିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଦେଶାତ୍ମବୋଧ ଗୀତ ଗାଇ ପ୍ରଶଂସା ପାଇଥିବା ଜଣେ ୭ ବର୍ଷର ଶିଶୁଙ୍କ ଭିଡିଓକୁ ବିକୃତ କରି ହାସ୍ୟ କଳାକାର କୁନାଲ କାମ୍‌ରା ଅଡ଼ୁଆରେ ପଡ଼ି ଯାଇଛନ୍ତି। ଶିଶୁଙ୍କ ବାପା କୁନାଲ କାମ୍‌ରାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ଦେଇଛନ୍ତି। ଏକ ସାକ୍ଷାତକାରରେ ଉକ୍ତ ଶିଶୁଙ୍କ ବାପା ଗଣେଶ ପଲ୍‌ କହିଛନ୍ତି, ‘ଭିଡିଓ ବିକୃତ କରିବାର ଅଧିକାର ତାଙ୍କୁ କିଏ ଦେଲା। କିଛି ଲୋକ କହୁଛନ୍ତି ଏହା କମେଡ଼ି। କିନ୍ତୁ ଶିଶୁଙ୍କ ସହ ଏଭଳି କମେଡ଼ି କରିବା ଉଚିତ୍‌ ନୁହେଁ।’ ଉଲ୍ଲେଖଯୋଗ୍ୟ, କୁନାଲ କାମ୍‌ରା ମୋଦୀଙ୍କ ସହ ଶିଶୁଟିର କଥାବାର୍ତ୍ତାର ଭିଡିଓ ସେୟାର କରିଛନ୍ତି। ଶିଶୁ ଗାଇଥିବା ଗୀତ ‘ହେ ଜନ୍ମଭୂମି ଭାରତ’ ବଦଳରେ କୁନାଲ୍‌ କାମ୍‌ରା ୨୦୧୦ର ଏକ ଫିଲ୍ମ ‘ପିପ୍‌ଲି ଲାଇଭ୍‌’ର ‘ମେହଙ୍ଗାଇ ଡାୟନ ଖାଏ ଜା‌ତ ‌ହୈ’ ପୋଷ୍ଟ୍‌ କରିଛନ୍ତି। ତେବେ ନିଜ ପୁଅର ଏଡିଟ୍‌ ହୋଇଥିବା ଏହି ବିକୃତ ଭିଡିଓ ପାଇଁ ଗଣେଣ ପୋଲ୍‌ କୁନାଲ କାମ୍‌ରାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର