ମୁମ୍ବାଇ: ଶିବସେନା ନେତା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ ବ୍ୟଙ୍ଗ କରିବା ପରେ ବିବାଦରେ ଛନ୍ଦି ହୋଇଛନ୍ତି ହାସ୍ୟାଭିନେତା କୁନାଲ୍ କାମ୍ରା। ବିବାଦ ମଧ୍ୟରେ ମୁମ୍ବାଇ ପୁଲିସ ଷ୍ଟାଣ୍ଡ-ଅପ୍ କମେଡିଆନ କୁନାଲ କାମରାଙ୍କୁ ସୋମବାର ପଚରାଉଚରା ପାଇଁ ହାଜର ହେବାକୁ କହିଛି। ପୁଲିସ ନିକଟରେ ହାଜର ହେବା ପାଇଁ ଏହି ହାସ୍ୟ ଅଭିନେତା ଗୋଟିଏ ସପ୍ତାହ ମାଗିଥିଲେ। କିନ୍ତୁ ପୁଲିସ୍ ତାଙ୍କ ଆବେଦନକୁ ପ୍ରତ୍ୟାଖାନାକୁ ମନା କରିଦେଇଛି। ଆଉ ସମୟ ଦିଆଯାଇପାରିବ ନାହିଁ ବୋଲି ପୁଲିସ୍ କହିଛି।
ସୂଚନା ରହିଛି ଯେ, ୩୬ ବର୍ଷୀୟ ଏହି ହାସ୍ୟ ଅଭିନେତା ଏପ୍ରିଲ ୩ ସୁଦ୍ଧା ପୁଲିସ ସମ୍ମୁଖରେ ହାଜର ହେବା ପାଇଁ ସମୟ ମାଗିଥିଲେ ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବା ଉଲ୍ଲେଖ କରିଥିଲେ। କିନ୍ତୁ ପୁଲିସ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। କୁନାଲ କାମରାଙ୍କ ବିରୋଧରେ ମାନହାନି ମାମଲା ରହିଛି। ତେବେ କୁନାଲଙ୍କ ଷ୍ଟୁଡିଓ ଭଙ୍ଗାରୁଜା ପାଇଁ ମୁମ୍ବାଇ ପୁଲିସ କିଛି ସେନା ସମର୍ଥକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି।
ମୁମ୍ବାଇର ହାବିଟାଟ୍ ଷ୍ଟୁଡିଓରେ ସୁଟ୍ ହୋଇଥିବା ଏକ ସୋ’ ହାସ୍ୟ ଅଭିନେତା କୁନାଲ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମାଲୋଚନା କରି ବ୍ୟଙ୍ଗ କରିଥିଲେ। ଯାହାପରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେ ସିନ୍ଦେଙ୍କ ବିରୋଧରେ ‘ବିସ୍ବାଶଘାତକ’ ପରି ଅପଶବ୍ଦ ପ୍ରୟୋଗ କରିଥିଲେ।
ଭିଡିଓ ପ୍ରକାଶିତ ହେବା ପରେ ବିରକ୍ତ ହୋଇ ସେନା କର୍ମୀମାନେ କମେଡି ସୋ ସୁଟ୍ ହେଉଥିବା ଷ୍ଟୁଡିଓରେ ପହଞ୍ଚି ଭଙ୍ଗାରୁଜା କରିଥିଲେ।