ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍ ର ସହ-ପ୍ରତିଷ୍ଠାତା ଏନ.ଆର ନାରାୟଣ ମୂର୍ତ୍ତୀ ତାଙ୍କ ନାତି ଇକାଗ୍ର ରୋହନ ମୂର୍ତ୍ତୀଙ୍କୁ ଏପରି ଉପହାର ଦେଇଛନ୍ତି ଯେ ଚାରି ମାସର ଶିଶୁ କୁନି କୋଟିପତି ହୋଇପାରିଛନ୍ତି। ତାଙ୍କ ନାତି ଉପହାର ସ୍ୱରୂପ ୨୪୦ କୋଟିରୁ ଅଧିକ ମୂଲ୍ୟର କମ୍ପାନୀର ସେୟାର ଗ୍ରହଣ କରିଛନ୍ତି।
ନାରାୟଣ ମୂର୍ତ୍ତୀ ଏବଂ ସୁଧା ମୂର୍ତ୍ତୀ ଗତ ୨୦୨୩ ବର୍ଷ ନଭେମ୍ବରରେ ଜେଜେ ବାପା ଜେଜେ ମା’ ହୋଇଥିଲେ। ତାଙ୍କ ପୁଅ ରୋହନ ମୂର୍ତ୍ତୀ ଏବଂ ପତ୍ନୀ ଅପର୍ଣ୍ଣା କୃଷ୍ଣନ୍ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପୁତ୍ର ସନ୍ତାନ ଇକାଗ୍ର ରୋହନ ମୂର୍ତ୍ତୀ ଇନଫୋସିସରେ ୧୫,୦୦,୦୦୦ ଅଂଶଧନ ସହ ଦେଶର ସର୍ବକନିଷ୍ଠ କୋଟିପତି ହୋଇଛନ୍ତି।
Infosys founder NR Narayana Murthy gifted shares worth over ₹240 crore to his 4 month grandson Ekagrah Rohan Murty.
— NOISE ALERTS (@NoiseAlerts) March 18, 2024
With this Ekagrah Rohan Murty has 15,00,000 shares, or 0.04% stake in India's 2nd-largest IT services company. pic.twitter.com/MEAsi9VLzs
ଏହି ଉପହାର ପରେ, ଇନଫୋସିସ୍ କମ୍ପାନୀରେ ନାରାୟଣ ମୂର୍ତ୍ତୀଙ୍କ ଅଂଶଧନ ୦.୪୦% ରୁ ୦.୩୬% କୁ ହ୍ରାସ ପାଇଛି । ଏହି ଅଂଶଧନ ପ୍ରାୟ ୧.୫୧ କୋଟି ସେୟାର ସହିତ ସମାନ । ସୋମବାର ବଜାର ବନ୍ଦ ସମୟରେ ଇନଫୋସିସର ସେୟାର ମୂଲ୍ୟ ୧୬୦୨ ଟଙ୍କା ଥିଲା। ଏହି କାରଣରୁ ସ୍ଥାନାନ୍ତରିତ ସେୟାରଗୁଡିକର ମୋଟ ମୂଲ୍ୟ ପ୍ରାୟ ୨୪୦ କୋଟି ଟଙ୍କା ଅଟେ ।
Infosys co-founder Narayana Murthy has gifted 15 lakh shares worth over Rs 240 crore to his four-month-old grandson Ekagrah Rohan Murty.
— Er Amit Chaudhary (@kambojamit47) March 18, 2024
Following the share transfer, Narayana Murthy's holding in Infosys fell to 0.36 per cent.#RoyalAnnouncementpic.twitter.com/M4wgo9OMzL
ନାରାୟଣ ଏବଂ ତାଙ୍କ ପତ୍ନୀ ସୁଧାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି। ସେମାନଙ୍କ ପୁଅର ନାମ ରୋହନ ମୂର୍ତ୍ତୀ ଏବଂ ଝିଅଙ୍କର ନାମ ଅକ୍ଷତା ମୂର୍ତ୍ତୀ। ପୁଅ ଅପର୍ଣ୍ଣା କୃଷ୍ଣନଙ୍କୁ ବିବାହ କରିଛନ୍ତି। ଝିଅ ଅକ୍ଷତା ମୂର୍ତ୍ତୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ବିବାହ କରିଛନ୍ତି। ଅକ୍ଷତାଙ୍କର ମଧ୍ୟ ଦୁଇ ଝିଅ ଅଛନ୍ତି।
୧୯୯୧ରେ ନାରାୟଣ ମୁର୍ତ୍ତୀଙ୍କ ଦ୍ୱାରା ଇନଫୋସିସ୍ ପ୍ରତିଷ୍ଠା କରାଯାଇଥିଲା | ତାଙ୍କ ପତ୍ନୀ ସୁଧା ଆଇଟି କମ୍ପାନୀ ଇନଫୋସିସ୍ ଆରମ୍ଭ କରିବା ପାଇଁ କିପରି ତାଙ୍କ ସ୍ୱାମୀଙ୍କୁ ୧୦,୦୦୦ଟଙ୍କା ଆରମ୍ଭ ପୁଞ୍ଜି ଭାବରେ ଦେଇଥିଲେ ତାହା ନିକଟରେ ପ୍ରକାଶ କରିଥିଲେ। କିନ୍ତୁ, ସେ ଏଥିରୁ ୨୫୦ ଟଙ୍କା ରଖିଥିଲେ। ବ୍ୟବସାୟରେ ଥିବା ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଏହା କରାଯାଇଥିଲା । ନିକଟରେ ସୁଧା ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି।