ନୂଆଦିଲ୍ଲୀ: ହରିୟାଣାର କୁରୁକ୍ଷେତ୍ରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗାଈ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତ ବୃଦ୍ଧାଙ୍କ ନାମ ଗୁରଦୀପ କୌର ବୟସ ୬୫ବର୍ଷ ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଏଭଳି ଏକ ଦୁଃଖଦ ଘଟଣା ହରିୟାଣାର କୁରୁକ୍ଷେତ୍ରର ପଟେଲ ନଗର ଅଞ୍ଚଳରେ ଘଟିଛି। ଗୁରଦୀପ କୌରଙ୍କ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ରହିଥିଲା। ଏହି କାରଣରୁ ସେ ଏକ ବାଡ଼ି ସାହାଯ୍ୟରେ ରାସ୍ତାରେ ବୁଲୁଥିଲେ। ବୁଲି ସାରି ଘରକୁ ଫେରୁଥିବା ବେଳେ ଏକ ଗାଈ ପଲ ତ‌ାଙ୍କୁ ଆକ୍ରମଣ କରିଥିଲେ। ଶିଙ୍ଘରେ ଗୁରଦୀପ କୌରଙ୍କୁ ଗାଈ ଉଠାଇ ରାସ୍ତାର କଚଡ଼ି ଦେଇଥିଲେ।

ଆଣ୍ଠୁଗଣ୍ଠି ଦରଜ ହେତୁ ଗୁରଦୀପ ଚାହିଁକି ବି ରାସ୍ତାରୁ ଉଠି ପାରି ନଥିଲେ। ଫଳରେ ଗାଈପଲ ତାଙ୍କ ଉପରେ କ୍ରମାଗତ ଆକ୍ରମଣ କରି ଚାଲିଥିଲେ। ସ୍ଥାନୀୟଲୋକ ଆକ୍ରମଣ କରୁଥିବା ଗାଈଙ୍କୁ ଘଟଣାସ୍ଥଳରୁ ଘଉଡାଇବାକୁ ଚେଷ୍ଟା କରିଥିଲେ ହେଁ ସେମାନେ ଯାଇ ନଥିଲେ। ଶେଷରେ ଗୁରମିତଙ୍କ ଜୀବନ ଚାଲି ଯାଇଥିଲା।  ଏହି ଘଟଣାର ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା।

ରାସ୍ତାରେ ପଶୁଙ୍କୁ ମାଲିକମାନେ ଏମିତି ଖୋଲା ଛାଡ଼ି ଦେବା ଘଟଣାକୁ ନେଇ ସ୍ଥାନୀୟଲୋକେ ଅସନ୍ତୋଷ ବ୍ୟକ୍ତ କରି ପୁଲିସ ଓ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି।